Latest Odisha News

ଆଜି ଇମ୍ରାନଙ୍କ ଭାଗ୍ୟ ପରୀକ୍ଷା, ହାରିଗଲେ ଚାଲିପାରେ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ : ସମସ୍ତଙ୍କ ନଜର ଏବେ ପାକିସ୍ତାନ ଉପରେ ରହିଛି। କାରଣ ଯେଉଁ ଅନାସ୍ଥା ଭୋଟର ପରାଜୟକୁ ସମ୍ଭାବ୍ୟ ପରାଜୟକୁ ସ୍ୱୀକାର ନକରିବାକୁ ଇମ୍ରାନ ଚାହୁଁଥିଲେ ସେହି ଅନାସ୍ଥା ଭୋଟର ଆଜି ସେ ପରୀକ୍ଷା ଦେବେ । ଏହା ପୂର୍ବରୁ ମାର୍ଚ୍ଚ ୩୦ରେ ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା, ଏପ୍ରିଲ ୩ରେ ନିର୍ବାଚନ ହେବାର ଥିଲା କିନ୍ତୁ ଏପ୍ରିଲ ୩ରେ ଉପ ବାଚସ୍ପତି ଅନାସ୍ଥା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ଏହି ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିର ଷଡଯନ୍ତ୍ର ରହିଛି ବୋଲି ଉପ ବାଚସ୍ପତି କହିଥିଲେ । ଏହାପରେ ଇମ୍ରାନ୍ ସରକାର ସଂସଦକୁ ଭଙ୍ଗ କରିବାକୁ ସୁପାରିସ କରିଥିଲେ। ଯାହାକୁ ରାଷ୍ଟ୍ରପତି ଅନୁମୋଦନ ଦେଇ ୯୦ ଦିନରେ ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ସକାଳ ଏଗାରଟା ସମୟରେ ଛଅ ସୂତ୍ରୀ ଏଜେଣ୍ଡାରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ନ୍ୟାଶନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବରେ ହାରିବା ସମ୍ଭାବନା ଅଧିକ । ସଂସଦରେ ୧୭୨ ସଦସ୍ୟଙ୍କ ଉପସ୍ଥିତିରେ ଇମ୍ରାନ୍ ଖାନ୍ ଅନାସ୍ଥା ପ୍ରସ୍ତାବରେ ବିଜୟୀ ହୋଇପାରିବେ । କିନ୍ତୁ ଏହି ସଂଖ୍ୟା ଏବେ ବିରୋଧୀଙ୍କ ପାଖରେ ରହିଛି। ତେଣୁ ଆଜି ସଂସଦରେ ପରୀକ୍ଷା ହେବାକୁ ଯାଉଛି, ଏବେ ପାକିସ୍ତାନରେ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ପ୍ରଶ୍ନ, ଆଗକୁ କ’ଣ ହେବ?

ସେପଟେ ବିରୋଧୀ ମେଣ୍ଟ ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ହେବା ନେଇ ସୂଚନା ମିଳିଛି । ଶାହବାଜ ହେଉଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଭାଇ । ନଓ୍ୱାଜ ପ୍ରଧାନମନ୍ତ୍ରୀ ଥିବା ବେଳେ ପାକିସ୍ତାନ ପଞ୍ଜାବ ପ୍ରଦେଶର ସେ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ବିରୋଧରେ ମଧ୍ୟ ଦୁର୍ନୀତି ସହିତ ଅନେକ ମାମଲା ରହିଛି । ଯାହାକି କୋର୍ଟରେ ବିଚାରାଧୀନ ରହିଛି।

ଇମ୍ରାନ କ୍ରିକେଟ ପିଚରୁ ରାଜନୀତିକୁ ଆସିଛନ୍ତି । ନିକଟରେ ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ସେ କହିଥିଲେ, ମ୍ୟାଚର ଶେଷ ବଲ ଯାଏ ମୁଁ ଅପେକ୍ଷା କରେ । ଜୀବନରେ ସେ କେବେ ହାରିନାହାନ୍ତି । ଏପରି କରି ବିରୋଧୀଙ୍କୁ ସିଧା ୟର୍କର ପକାଇ କ୍ଲିନ ବୋଲ୍ଡ କରିଲା ଭଳି କହିଥିଲେ। କିନ୍ତୁ ଆଜି ହେବାକୁ ଥିବା ଅନାସ୍ଥା ଭୋଟିଂରେ ସ୍ଥିତି ବଦଳିଯାଇଛି। ଏବେ ଇମ୍ରାନ ଯେଉଁ ୟର୍କର ଫିଙ୍ଗୁଥିଲେ ତାହା ନୋ ବୋଲ୍ ହୋଇଯାଇଛି। ତେଣୁ ଆଜି ଇମ୍ରାନ ଜବରଦସ୍ତ ବୋଲିଂ ଜରିଆରେ ବିରୋଧୀଙ୍କୁ ବୋଲ୍ଡ କରିବେ ନା ଓ୍ୱାଇଡ ମାରିବେ ତା ଉପରେ ନଜର।

ଫସିଗଲେ ଇମ୍ରାନ, ଦେଶଦ୍ରୋହୀ ପ୍ରମାଣିତ ହେଲେ ପାଇବେ ମୃତ୍ୟୁଦଣ୍ଡ !

Comments are closed.