Latest Odisha News

BREAKING NEWS

ଆଜି ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ, କାହିଁକି ପାଳିତ ହୁଏ ଏହି ଦିବସ

ନୂଆଦିଲ୍ଲୀ: ଇତିହାସ ବିଷୟରେ ଜାଣିବା ପାଇଁ ସବୁଠାରୁ ଉତ୍ତମ ମାଧ୍ୟମ ହେଉଛି ସଂଗ୍ରହାଳୟ । ଏହା ମାଧ୍ୟମରେ ହିଁ ଆଜିର ଏବଂ ଭବିଷ୍ୟତର ପିଢି ମାନେ ଆମର ଇତିହାସ ବିଷୟରେ ଜାଣିପାରିବେ । ଆଜି ୧୮ ମେ’ ଅର୍ଥାତ୍ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ । ତେବେ ଚଳିତବର୍ଷ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ଥିମ୍ ରହିଛି “ଶିକ୍ଷା ଏବଂ ଅନୁସନ୍ଧାନ ପାଇଁ ସଂଗ୍ରହାଳୟ” । ତେବେ ଆପଣ ଜାଣନ୍ତି କି ଏହି ଦିବସ କେବେ ଏବଂ କିପରି ଆରମ୍ଭ ହେଲା? ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ କରିବାର ଉଦ୍ଦେଶ୍ୟ କ’ଣ?

ପ୍ରତି ବର୍ଷ ମେ’ ୧୮ ତାରିଖକୁ ଅନ୍ତରାଷ୍ଟ୍ରୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇଥାଏ । ଏହି ବିଶେଷ ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସଂଗ୍ରହାଳୟର ମହତ୍ତ୍ୱ ବିଷୟରେ ସମାଜକୁ ଅବଗତ କରାଇବା। ଇଣ୍ଟରନାସନାଲ କାଉନସିଲ ଅଫ ମ୍ୟୁଜିୟମ ୧୯୭୭ ମସିହାରେ ଏହି ଦିବସ ର ଆରମ୍ଭ କରିଥିଲା। ସେହି ବର୍ଷଠାରୁ ପ୍ରତିବର୍ଷ ଏହି ଦିବସ ପାଳନ ହୋଇ ଆସୁଛି। ସଂଗ୍ରହାଳୟ ଅତୀର ସ୍ମୃତି ସବୁକୁ ସଂରକ୍ଷିତ କରି ରଖିଥାଏ। ସଂଗ୍ରହାଳୟ ଇତିହାସକୁ ସାଉଁଟି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଏହା ପୂର୍ବପୁରୁଷଙ୍କ ଅନେକ ସ୍ମୃତି ସଜାଇ ରଖିଥାଏ। ଯାହା ଆଗାମୀ ପିଢି ପାଇଁ ଅନେକାଂଶରେ ସହଯୋଗ କରିଥାଏ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଅତୀତର କିଛି ସ୍ମୃତି ଏବେବି କେତେକ ସ୍ଥାନରେ ଅବହେଳିତ, ଅଲୋଡ଼ା ତଥା ନଷ୍ଟ ହେବା ଅବସ୍ଥାରେ ପଡ଼ିରହିଛି। ସେଗୁଡ଼ିକୁ ଏକତ୍ର କରି ତାହାର ସୁରକ୍ଷା  ଲାଗି ଆଗେଇ ଆସିବାକୁ ଏହି ଦିବସ ବାର୍ତ୍ତା ଦେଇଥାଏ। ସଂଗ୍ରହାଳୟଗୁଡିକ କେବଳ ବଡ ବଡ କୋଠା ନୁହେଁ କିମ୍ବା ଏହାର କିଛି ସୀମା ସରହଦ ନାହିଁ। ଏହା ସାଂସ୍କୃତିକ ବିନିମୟ, ସଂସ୍କୃତିକୁ ସମୃଦ୍ଧ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା, ସହଯୋଗ ତଥା ଶାନ୍ତିଭାବ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଛି।

 

 

Leave A Reply

Your email address will not be published.