Latest Odisha News

BREAKING NEWS

ଟୁରିଷ୍ଟ ବସ୍‌ରେ ନିଆଁ ଲାଗି ୮ ମୃତ, ୨୪ ଆହତ

ଚଣ୍ଡିଗଡ: ଟୁରିଷ୍ଟ ବସ୍‌ରେ ଲାଗିଲା ନିଆଁ । ଜିଅନ୍ତା ଜଳିଗଲେ ୮ ଯାତ୍ରୀ । ୬୦ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଟୁରିଷ୍ଟ ବସରେ ନୁହ ନିକଟରେ ନିଆଁ ଲାଗିଥିଲା । ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ହରିୟାଣାର ନୁହ ଜିଲ୍ଲାର ତାୱଡୁ ସବ-ଡିଭିଜନ ସୀମା ଦେଇ ଯାଉଥିବା କୁଣ୍ଡଲି ମାନେସର ପଲୱଲ ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୬୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ବସ୍‌ରେ ଥିବା ସମସ୍ତ ଯାତ୍ରୀମାନଙ୍କ ମଧ୍ୟରୁ ଆଠ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୫୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଏହାପରେ ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ତେବେ ବସରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କର ପରିଚୟ ମିଳିନଥିବା ବେଳେ ସେମାନେ ପଞ୍ଜାବ ଏବଂ ଚଣ୍ଡିଗଡ଼ର ବାସିନ୍ଦା ବୋଲି କୁହାଯାଉଛି। ମଥୁରା ଏବଂ ବୃନ୍ଦାବନରୁ ଦର୍ଶନ ସାରି ନିଜ ଘରକୁ ଫେରୁଥିଲା ସମସ୍ତେ । ଅଧିକ ସୂଚନା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.