Latest Odisha News

BREAKING NEWS

ଆଜି ପବିତ୍ର ଶ୍ରୀରାମ ନବମୀ, ରାମ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ରାମ ନବମୀ । ଚୈତ୍ର ମାସ ନବମୀ ଆଜିର ଦିନରେ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ । ସେଥିପାଇଁ ଆଜିର ଦିନକୁ ରାମ ନବମୀ ଭାବେ ପାଳନ କରାଯାଇଥାଏ । ସମଗ୍ର ଦେଶ ଧୁମ୍ ଧାମରେ ପାଳିବ । ଆଜି ଦିନରେ ରାମ ନବମୀ ବ୍ରତ କରୁଥିବା ବ୍ୟକ୍ତିଙ୍କୁ ଭଗବାନ ରାମଙ୍କ ଆଶ୍ରୀବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ।

ତେବେ ରାମ ନବମୀ ପାଇଁ ସଜେଇ ହୋଇଛି ରାଜ୍ୟର କୋଣ ଅନୁକୋଣରେ ଥିବା ସମସ୍ତ ରାମ ମନ୍ଦିର । ସକାଳୁ ସକାଳୁ ରାମ ଧ୍ୱନୀରେ ଉତ୍ସବ ମୁଖର ହୋଇ ଉଠିଛି ସାରା ରାଜ୍ୟ । ସବୁଠି ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ସେଥିମଧ୍ୟରୁ ଭୁବନେଶ୍ୱର ୟୁନିଟ-୩ ସ୍ଥିତ ରାମ ମନ୍ଦିର ଅନ୍ୟତମ । ଭୋର୍‌ରୁ ନୀତିକାନ୍ତି ହୋଇଛି । ସକାଳ ସାଢ଼େ ୫ ଟାରୁ ଭଗବାନଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଧାଡ଼ି ଲମ୍ବିଛି ।

ରାମ ନବମୀ ବ୍ରତ ରଖୁଥିବା ବ୍ୟକ୍ତିଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ଏହି ବ୍ରତ କରିବାରେ ଜୀବନର ସମସ୍ତ ପାପ ନାସ ହୋଇଯାଇଥାଏ । ଏହି ବ୍ୟକ୍ତିଙ୍କୁ ଭାଗବାନ ବିଷ୍ଣୁ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ରାମନବମୀ ପର୍ବ କେବଳ ଭାରତରେ ନୁହେଁ, ଭାରତର ପଡୋଶୀ ରାଜ୍ୟ ନେପାଳ ଓ ବାଙ୍ଗଲାଦେଶ ରେ ଥିବା ହିନ୍ଦୁ ମାନେ ମଧ୍ୟ ପାଳନ କରିଥାନ୍ତି l

ରାମନବମୀ ର ପ୍ରାଚୀନ ଇତିହାସ କେଉଁ ପୁରାଣ କାଳରୁ ରହି ଆସିଛି l ରାଜା ଦଶରଥ ସନ୍ତାନ ଲାଭ ପାଇଁ ଅସମର୍ଥ ଥିଲେ, ଏହାପରେ ଋଷି ବଶିଷ୍ଠ ଙ୍କ ପରାମର୍ଶ କ୍ରମେ ପୁତ୍ର କାମେଷ୍ଠି ଯଜ୍ଞ ପରେ ପ୍ରଭୁ ଶ୍ରୀରାମ ଓ ତାଙ୍କର ୩ ଭାଈ ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ ଜନ୍ମ ନେଇଥିଲେ l ପ୍ରଭୁ ଶ୍ରୀରାମଙ୍କୁ ମର୍ଯ୍ୟଦା ପୁରୁଷୋତ୍ତମ ବୋଲି କୁହାଯାଇଥାଏ l

ପ୍ରଭୁ ଶ୍ରୀରାମଙ୍କୁ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର କୁହାଯାଏ । ଭକ୍ତି, ଉପାସକ, ତପସ୍ୟା, ସତ୍ୟ, ବଳିଦାନ, ପ୍ରେମ ଏବଂ କର୍ତ୍ତବ୍ୟର ଏକ ଜୀବନ୍ତ ଉଦାହରଣ ଶ୍ରୀ ରାମ । ମହର୍ଷି ବାଲ୍ମିକୀ ହୁଅନ୍ତୁ ଅବା ଗୋସ୍ୱାମୀ ତୁଳସୀ ଦାସ ହୁଅନ୍ତୁ, ଉଭୟ ଶ୍ରୀ ରାମଙ୍କ ଆଦର୍ଶ ଚରିତ୍ରକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

ଅନ୍ୟପଟେ ପୁରୀ ବେଳାଭୂମୀରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ପ୍ରଭୁ ଶ୍ରୀରାମଙ୍କ ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି । ବାଲି ନିର୍ମିତ ଶ୍ରୀରାମଙ୍କ ବିଗ୍ରହ ଓ ରାମମନ୍ଦିରର ପ୍ରତିକୃତି ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ଏହା ସହ ସେ ଶ୍ରୀରାମ ନବମୀର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

Leave A Reply

Your email address will not be published.