Latest Odisha News

BREAKING NEWS

ଗୋଇଠି ଫାଟିବା ସମସ୍ୟାରୁ କିଭଳି ପାଇବେ ଆରାମ

ଭୁବନେଶ୍ବର: ଥଣ୍ଡା ପାଗରେ ଗୋଇଠି ଫାଟିବା ସମସ୍ୟା ସମସ୍ତଙ୍କ ପାଖରେ ଦେଖାଯାଏ । କିନ୍ତୁ ପ୍ରବଳ ଖରା ଯୋଗୁ ମଧ୍ୟ କିଛି ଲୋକଙ୍କ ଗୋଇଠି ଫାଟିଥାଏ । ଏହି ସବୁ ସମସ୍ୟାରୁ  ମୁକ୍ତି ପାଇବା ପାଇଁ ଆମେ  ଆପଣଙ୍କୁ କିଛି ଘରୋଇ ଉପଚାର କହିବୁ। ଖରା ଦିନେ ଗୋଇଠି ଫାଟୁଥିଲେ ଆପଣ ଗୋଇଠିରେ ଆଲୋଭେରା ଜେଲ୍ ଲଗାଇପାରିବେ । କାରଣ ଆଲୋଭେରା ରେ ଆଣ୍ଟି-ଇନ୍‌ଫ୍ଲାମେ ଟୋରୀ ଏବଂ ମଶ୍ଚରାଇଜିଂ ଗୁଣ ରହିଛି । ଏହା ଛଡା ଆପଣ ଗୋଇଠିରେ ମହୁ ଲଗାଇ ପାରିବେ । ଏହା ସହ ପାଚିଲା କଦଳୀକୁ ହିଲରେ ମାଲିସ୍ କରନ୍ତୁ ଏବଂ ଏହାକୁ ୧୫ ମିନିଟ୍ ପର୍ଯ୍ୟନ୍ତ ରଖି ତାପରେ ଧୋଇ ଦିଅନ୍ତୁ, ଏହା କରିବା ଦ୍ବାରା ହିଲ୍‌ ନରମ ହୋଇଥାଏ ।

ଏସବୁ ବ୍ୟତୀତ ଆପଣ ଦହି ମଧ୍ୟ ଲଗାଇ ପାରିବେ । ଦହିରେ ଥିବା ଲାକ୍ଟିକ୍ ଏସିଡ୍ ଡ୍ରାଏ ସ୍କିନ୍‌କୁ ବାହାର କରିବାରେ ସାହାଯ୍ୟ କରିଥାଏ ।ଘରେ ପ୍ରସ୍ତୁତ ନଡ଼ିଆ ତେଲ, ଲଗାଇ ପାରିବେ। ନଡିଆ ତେଲ ଏକ ପ୍ରାକୃତିକ ମଶ୍ଚରାଇଜର । ଏହା ସହ ଶୋଇବା ପୂର୍ବରୁ ରାତିରେ ଗୋଇଠିକୁ ଗରମ ପାଣିରେ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ । ଏବଂ ଏହା ସହ ଆପଣ ପାଣିରେ ଟିକେ ଲୁଣ କିମ୍ବା ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ । ଏହା ଦ୍ବାରା  ଗୋଇଠି ନରମ ରହିଥାଏ । ନିତିଦିନ ଏହି ପ୍ରତିକାରଗୁଡିକକୁ ଫଲୋ କରନ୍ତୁ ଫଳରେ  ଆପଣଙ୍କ ହିଲ୍ ଶୀଘ୍ର ନରମ ଏବଂ ଚିକଣ ହେବା ସହ  ଫାଟିଥିବା ହିଲ ମଧ୍ୟ ଭଲ ହୋଇଯିବ ।

Leave A Reply

Your email address will not be published.