Latest Odisha News

BREAKING NEWS

ଆଜି ପବିତ୍ର ନାଗ ପଞ୍ଚମୀ: ବର୍ଷକୁ ଥରେ ଖୋଲିଥାଏ ଏହି ମନ୍ଦିର, ଜାଣନ୍ତୁ ରହସ୍ୟ

ଉଜ୍ଜୈନ: ଆଜି ହେଉଛି ନାଗ ପଞ୍ଚମୀ। ନାଗ ପଞ୍ଚମୀରେ ନାଗ ସାପ ପୂଜା କରାଯାଏ। ଶ୍ରାବଣ ମାସରେ ପଡୁଥିବା ଏହି ପର୍ବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରାବଣ ମାସ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ଅତ୍ୟନ୍ତ ପ୍ରିୟ ମାସ । ନାଗ ପଞ୍ଚମୀରେ ଶିବଙ୍କ ସହ ସାପଙ୍କୁ ମଧ୍ୟ ପୂଜା କରାଯାଏ । ବିଶ୍ୱାସ କରାଯାଏ ଯେ ନାଗ ପଞ୍ଚମୀ ଦିନ ଯିଏ ସାପକୁ ପୂଜା କରେ, ଯଦି ତାଙ୍କ ରାଶିରେ କାଳ ସର୍ପ କିମ୍ବା ପିତୃ ଦୋଷ ଥାଏ, ତେବେ ଏହା ଶେଷ ହୁଏ।

ତେବେ ଆଜିର ପବିତ୍ର ଦିନରେ ଆପଣଙ୍କୁ ଆମେ ଏଭଳି ଏକ ମନ୍ଦିର ବିଷୟରେ କହିବୁ ଯାହା କେବଳ ବର୍ଷକରେ ଅର୍ଥାତ୍‌ ଆଜିର ଦିନରେ ଖୋଲିଥାଏ। ମଧ୍ୟପ୍ରଦେଶର ଉଜ୍ଜୈନରେ ଅବସ୍ଥିତ ନାଗଚନ୍ଦ୍ରେଶ୍ବର ମନ୍ଦିର ବର୍ଷକୁ ଥରୁଟିଏ ଖୋଲା ଯାଇଥାଏ। ମାନ୍ୟତା ରହିଛି ଯେ ଏହି ମନ୍ଦିରରେ ନାଗରାଜା ତକ୍ଷକ ନିଜେ ଉପସ୍ଥିତ ଅଛନ୍ତି। ଏହି ମନ୍ଦିରରେ ଏକାଦଶ ଶତାବ୍ଦୀର ଏକ ପ୍ରତିମୂର୍ତ୍ତି ଅଛି, ସେଭଳି ମୂର୍ତ୍ତି ଦୁନିଆର ଅନ୍ୟ କେଉଁଠାରେ ନାହିଁ ବୋଲି ଦାବି କରାଯାଉଛି।

ନାଗଚନ୍ଦ୍ରଶେଶ୍ୱର ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ସ୍ଥାନରେ ମହାଦେବ ସାପର ଶଯ୍ୟା ଉପରେ ବସିଥିବା ଦେଖିବାକୁ ମିଳେ। ତାସହ ଏହି ମନ୍ଦିରରେ ନାଗଦେବଙ୍କ ଆସନରେ ବସିଥିବା ଶିବ-ପାର୍ବତୀଙ୍କର ଏକ ପ୍ରତିମା ରଖାଯାଇଛୀ । ଏହା ଏକ ଦୁର୍ଲଭ ପ୍ରତିମା ବୋଲି କୁହାଯାଏ । ନାଗଦେବଙ୍କ ଆସନରେ ବସିଥିବା ଏହି ପ୍ରତିମା ଏହି ମନ୍ଦିର ବ୍ୟତୀତ ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ । ସର୍ବଦା ନାଗ ଶର୍ଯ୍ୟାରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ବିରାଜମାନ ହୋଇଥାନ୍ତି । କିନ୍ତୁ ଏହି ମନ୍ଦିରରେ ନାଗ ଶର୍ଯ୍ୟାରେ ଶିବ-ପାର୍ବତୀ ଓ ତାଙ୍କ ପୁତ୍ର ଗଣେଶ ମଧ୍ୟ ବିରାଜମାନ ହୋଇଛନ୍ତି ।

ତେବେ ପୌରାଣିକ କଥା ଅନୁସାରେ, ନାଗରାଜ ତକ୍ଷକ ଶିବଙ୍କୁ ପ୍ରସନ୍ନ କରିବାପାଇଁ ବହୁତ ପରିଶ୍ରମ କରିଥିଲା ଓ କଠୋର ତପସ୍ୟା କରିଥିଲେ । ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଶିବ ନାଗରାଜ ତକ୍ଷକଙ୍କୁ ଦର୍ଶନ ଦେଇଥିଲେ ଓ ତାଙ୍କୁ ଅମରତ୍ଵ ବରଦାନ ଦେଇଥିଲା । ଏହି ବରଦାନ ମିଳିବା ପରେ ନାଗରାଜ ତକ୍ଷକ ଭଗବାନ ଶିବଙ୍କ ନିକଟରେ ବାସ କରିଲେ । ଏହି କାରଣରୁ ସେହି ମନ୍ଦିରରେ ଶିବ-ପାର୍ବତୀଙ୍କ ପ୍ରତିମା ରଖାଯାଇଛି । ଓ ନାଗରାଜଙ୍କ ଶର୍ଯ୍ୟାରେ ଭଗବାନ ଶିବ-ପାର୍ବତୀ ଓ ତାଙ୍କ ପୁତ୍ର ଗଣେଶ ମଧ୍ୟ ବିରାଜମାନ ହୋଇଛନ୍ତି । ଏହି ପ୍ରାଚୀନ ମନ୍ଦିର ପ୍ରାୟ ୧୦୫୦ ଖ୍ରୀଷ୍ଟାବ୍ଦରେ ରାଜା ଭୋଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ବର୍ଷକରେ ଥରେ ନାଗପଞ୍ଚମୀ ଦିନ ଏଠାକୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ କରିବାକୁ ଆସନ୍ତି।

 

Leave A Reply

Your email address will not be published.