Latest Odisha News

BREAKING NEWS

ସିନସିନାଟି ମାଷ୍ଟର୍ସ ଟେନିସ: ଜିତିବା ପରେ ଟି ଶର୍ଟ ଚିରିଲେ ଜୋକୋଭିଜ, କାନ୍ଦିଲେ ଆଲକାରାଜ

ନୂଆଦିଲ୍ଲୀ:ସିନସିନାଟି ମାଷ୍ଟର୍ସ ଟେନିସ ଟାଇଟଲ ବିଶ୍ୱର ୨ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଜ ଜିତିଛନ୍ତି । ଫାଇନାଲରେ ସେ ବିଶ୍ୱର ଏକ ନମ୍ବର ଖେଳାଳି ସ୍ପେନର କାର୍ଲୋସ ଆଲକାରାଜଙ୍କୁ ୫-୭, ୭-୬ ଓ ୭-୬ ସେଟରେ ପରାସ୍ତ କରିଥିଲେ । ଏଥିସହ ଜୋକୋଭିଚ ୱିମ୍ବେଲଡନ ଟେନିସ ପରାଜୟର ମଧୁର ପ୍ରତିଶୋଧ ନେଇପାରିଛନ୍ତି । ୱିମ୍ବେଲଡନ ହାରିବା ପରେ ଜୋକୋଭିଜ କାନ୍ଦିଥିବା ବେଳେ ଆଜି ଆଲକାରାଜ ଆଖିରୁ ଲୁହ ବାହାରିଥିଲା । ବିଜୟ ହାସଲ ପରେ ଜୋକୋଭିଚ କୋର୍ଟରେ ଶୋଇ ପଡିଥିଲେ । ଏହା ପରେ ସାଥୀ ଖେଳାଳିଙ୍କ ସହ ହାତ ମିଳାଇଥିଲେ ଏବଂ ଅତ୍ୟଧିକ ଉତ୍ସାହରେ ଟି ଶର୍ଟ ଚିରି ଦେଇଥିଲେ ।

ଜୋକୋଭିଚ ଏଥିସହ ସର୍ବାଧିକ ମାଷ୍ଟର୍ସ ଟାଇଟଲ ଜିତିବାର ଗୌରବ ଅର୍ଜନ କରିଛନ୍ତି । ସେ ସ୍ପେନର ରାଫେଲ ନାଡାଲ ୩୬ ଥର ଜିତିଥିବା ବେଳେ ଜୋକୋଭିଜ ୩୯ ଥର ଏଥିରେ ବିଜୟୀ ହୋଇଛନ୍ତି । ଅପରପକ୍ଷରେ ଟେନିସରେ ସର୍ବାଧିକ ମ୍ୟାଚ ଜିତିବାରେ ସେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଜିମ୍ମି କନର୍ସ ୧୨୭୪, ରୋଜର ଫେଡେରର ୧୨୫୧ ମ୍ୟାଚ ଜିତିଥିବା ବେଳେ ଜୋକୋଭିଚ ୧୦୬୯ ମ୍ୟାଚରେ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.