Latest Odisha News

BREAKING NEWS

ବରଗଡ଼ରୁ ନକଲି ଆରଟିଓ ଗିରଫ

ବରଗଡ଼: ବରଗଡ଼ରେ ନକଲି ଆରଟିଓ ଗିରଫ। ନିଜକୁ ଆରଟିଓ କହି ଲୁଟୁଥିଲେ ଟଙ୍କା। ଏନଏଚ ଯାଉଥିବା ଟ୍ରକ ଓ ଅନ୍ୟ ଗାଡ଼ିକୁ ଅଟକାଇ ନିଜକୁ ଆରଟିଓର ପରିଚୟ ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ବିକ୍ରମ ବେହେରା।

ସୂଚନା ଅନୁଯାୟୀ, ବରଗଡ଼ ଜାତୀୟ ରାଜପଥରେ ଏକ ଟ୍ରକକୁ ଅଟକାଇ ବିକ୍ରମ ଚାଲାଣ ଟଙ୍କା ମାଗିଥିଲେ। ଟଙ୍କା ନଦେବାରୁ ଟ୍ରକ ମାଲିକଙ୍କୁ ବନ୍ଧୁକ ଦେଖାଇ ୫ହଜାର ଟଙ୍କା ଆଦାୟ କରିଥିଲେ। ତେବେ ସମ୍ପୃକ୍ତ ଟ୍ରକ ମାଲିକ ରାସ୍ତାରେ ଗଲାବେଳେ ସୌଭାଗ୍ୟବଶତଃ ଅସଲି ପରିବହନ ଅଧିକାରୀଙ୍କୁ ଭେଟିଥିଲେ। ଏ ସମ୍ପର୍କରେ ଜଣାଇବା ପରେ ବେଶ୍ ଚାଲାକର ସହ ନକଲି ଆରଟିଓଙ୍କୁ ଫୋନ୍ କରି ଡ଼କାଯାଇଥିଲା।

ବାକି ଟଙ୍କା ଦେବାକୁ କହି ଡ଼ାକିବା ପରେ ତାଙ୍କୁ କାବୁ କରିଥିଲେ ଆରଟିଓ ଓ ପୋଲିସ ଅଧିକାରୀ। ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବନ୍ଧୁକ, ମୋବାଇଲ ଓ ବାଇକ ଜବତ କରାଯାଇଛି। ଏହିଭଳି ଅନେକ ଥର ବିକ୍ରମ ବେହେରା ନିଜକୁ ପୋଲିସ ଓ ଆରଟିଓ କହି ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.