ନୂଆଦିଲ୍ଲୀ: ସାରା ଦେଶରୁ ଲକ୍ଷେ ମୁଣ୍ଡ ନେଲାଣି ମହାମାରୀ । କରୋନା ମୃତ୍ୟୁସଂଖ୍ୟା ଆଜି ଲକ୍ଷେ ପାର କରିଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୧ ହଜାର ୬୯ ଆକ୍ରାନ୍ତ । ଏମାନଙ୍କୁ ମିଶାଇ ଦେଶରେ ମୃତ୍ୟୁସଂଖ୍ୟା ୧ଲକ୍ଷ ୮୪୨କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୧.୫୫% ।

କରୋନା ମୃତ୍ୟୁସଂଖ୍ୟାରେ ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସ୍ଥାନରେ ରହିଛି ଭାରତ । ବିଶ୍ୱ ମୃତ୍ୟୁସଂଖ୍ୟାର ୧୦ ପ୍ରତିଶତ ଭାରତରେ ପ୍ରାଣ ହରାଇଛନ୍ତି । ସେପ୍ଟେମ୍ବର ମାସରେ ଦେଶରେ ଦୈନିକ ହାରାହାରି ହଜାରେ ଲୋକଙ୍କ ଜୀବନ ନେଇଛି କରୋନା ମହାମାରୀ । ତେବେ ଆଶ୍ୱସ୍ତିକର ଖବର ହେଉଛି ଯେ, ଗତ ତିନି ମାସରେ ଦେଶରେ ମୃତ୍ୟୁହାର ୧.୭୬%କୁ ଖସି ୧.୫୫% ହୋଇଛି ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୪ ଲକ୍ଷ ଡେଇଁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୯ ହଜାର ୪୭୬ ନୂଆ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ ୬୪ ଲକ୍ଷ ୭୩ ହଜାର ୫୪୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୫୪ ଲକ୍ଷ ୨୭ ହଜାର ୭୦୭ ଆକ୍ରାନ୍ତ । ଆକ୍ଟିଭ୍ କେସ୍ ରହିଛି ୯ଲକ୍ଷ ୪୪ ହଜାର ୯୯୬ ।
BREAKING NEWS
- କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାଉଦି ବିମାନବନ୍ଦରରେ ଆତଙ୍କ; ଭାରତୀୟମାନଙ୍କୁ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ
- ୨ଦିନିଆ ଗସ୍ତ ଓଡ଼ିଶା ଗସ୍ତରେ ମୋହନ ଭାଗବତ
- ବୈଭବଙ୍କୁ କପିଳ ଦେବଙ୍କ ଚେତାବନୀ ,ବିନୋଦ କାମ୍ବଲୀଙ୍କ କ୍ୟାରିୟରକୁ ଦେଖ
- ‘ଇ-ସଞ୍ଚାର ଆପ୍’ର ଶୁଭାରମ୍ଭ;ଖୁବଶୀଘ୍ର ଆସିବ ସାମାଜିକ ଗଣମାଧ୍ୟମ ନୀତି
- ମାଡ଼ି ଆସୁଛି ଆଉ ଏକ ଲଘୁଚାପ;୧୪ରୁ ରାଜ୍ୟରେ ଝଡି ବର୍ଷା ସମ୍ଭାବନା
- କୋହଲିଙ୍କ ସ୍ଥାନରେ ପାର୍ଥୀବ ହୋଇଥାନ୍ତେ ଅଧିନାୟକ
- ପଶ୍ଚିମବଙ୍ଗ ଉପନିର୍ବାଚନ: ନନ୍ଦୀଗ୍ରାମ ଓ ରେଜିନଗରରେ ବିଜେପିର ବାଜିମାତ; ମୁସଲିମ ବହୁଳ ଅଞ୍ଚଳରେ ଶୁଭେନ୍ଦୁଙ୍କ ବଡ଼ ବିଜୟ
- ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬: ଓହରିଗଲା ପାକିସ୍ତାନ, ବାଂଲାଦେଶକୁ ମିଳିଲା ସୁଯୋଗ
- ସିଓଇର ଚାଂଚଲ୍ୟକର ରିପୋର୍ଟ ପଡିଲା ପଦାରେ
- Nobel Peace Prize 2026:ଟ୍ରମ୍ପ ନିରାଶ;ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲାଇଙ୍କୁ ନୋବେଲ ଶାନ୍ତି ପୁରସ୍କାର

Comments are closed.