Latest Odisha News

BREAKING NEWS

ଆଜି ବିଶ୍ୱ କର୍କଟ ଦିବସ; ଅଣଦେଖା କରନ୍ତୁନି ଏସବୁ ଲକ୍ଷଣ

ପ୍ରତିବର୍ଷ ୪ ଫେବୃଆରୀକୁ ବିଶ୍ୱ କ୍ୟାନସର ଦିବସ ଭାବେ ପାଳନ କରାଯାଏ । କର୍କଟ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଏହାକୁ ପ୍ରତିବର୍ଷ ପାଳନ କରାଯାଇଥାଏ । କ୍ୟାନସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଏକ ରିପୋର୍ଟ ଅନୁସାରେ, ଭାରତରେ ବର୍ଷ ୨୦୧୭ରୁ ୨୦୧୮ ମଧ୍ୟରେ କ୍ୟାନସର ମାମଲା ୩୨୪ ପ୍ରତିଶତ ବଢ଼ିଯାଇଛି । ଯେଉଁଥିରେ ସ୍ତନ କ୍ୟାନସର, ସର୍ଭାଇକଲ କ୍ୟାନସର, ମୁଖ କ୍ୟାନସର ଭଳି ସାଧାରଣ କ୍ୟାନସର ସାମିଲ ଅଛି । ଜାତୀୟ କ୍ୟାନସର ପଂଜିକରଣ କାର୍ଯ୍ୟକ୍ରମ ଅନୁସାରେ, ଭାରତରେ ପ୍ରତିଦିନ କ୍ୟାନସର କାରଣରୁ ପାଖାପାଖି ୧୩୦୦ ଲୋକଙ୍କ ମୃତ୍ୟୁ ହୋଇଥାଏ । ଦ୍ରୁତ ଗତିରେ ବଢୁଥିବା ଏହି କ୍ୟାନସରର ଲକ୍ଷଣକୁ ଅଣଦେଖା କରିବା ଉଚିତ୍ ନୁହେଁ । ଜାଣନ୍ତୁ କ୍ୟାନସରର ଲକ୍ଷଣ ଓ ସଂକେତ ବିଷୟରେ-

– ମଳ ଓ ମୂତ୍ରରେ ରକ୍ତ ପଡିଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ଏହା କିଡନୀ କିମ୍ବା କଲୋନ୍ କ୍ୟାନସରର ସଂକେତ ହୋଇପାରେ ।

– ହଠାତ୍ ଶରୀରର ଓଜନ କମିବା ମଧ୍ୟ କ୍ୟାନସରର ପ୍ରମୁଖ ଲକ୍ଷଣ ।

– ଶରୀର କୌଣସି ସ୍ଥାନରେ ମାଂସ ବୃଦ୍ଧି ହେଲେ କ୍ୟାନସର ଟେଷ୍ଟ କରାଇ ନିଅନ୍ତୁ ।

– ସ୍ତନ କ୍ୟାନସର କେବଳ ମହିଳା ନୁହେଁ ପୁରୁଷଙ୍କୁ ବି ହୋଇପାରେ । ସେଥିପାଇଁ ସ୍ତନରେ ମାଂସ ବୃଦ୍ଧି କିମ୍ବା ଅନ୍ୟ କୌଣସି ପରିବର୍ତ୍ତନ ଦେଖାଗଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

– ବାରମ୍ବାର ଜ୍ୱର ହେବା ଏବଂ ନ ଛାଡିବା ମଧ୍ୟ କ୍ୟାନସରର ଏକ ଲକ୍ଷଣ ହୋଇପାରେ ।

– ଥକାପଣ, ଶରୀରରେ ମାତ୍ରାଧିକ ଯନ୍ତ୍ରଣା ହେବା, ମୁଣ୍ଡ ବିନ୍ଧା ହେବା କ୍ୟାନସରର ଲକ୍ଷଣ ହୋଇପାରେ ।

– ମହିଳାଙ୍କ ଠାରେ ଋତୁସ୍ରାବ ବ୍ୟତୀତ ଅନ୍ୟ କୌଣସି ସମୟରେ ରକ୍ତସ୍ରାବ ହେଲେ କିମ୍ବା ମଳଦ୍ୱାରରୁ ରକ୍ତସ୍ରାବ ହେଲେ ଅଣଦେଖା ନକରି ଡାକ୍ତରଙ୍କୁ ଦେଖାନ୍ତୁ ।

– ଲଗାତାର କାଶ ହେବା, କାଶରେ ରକ୍ତ ପଡିବା, ଶରୀରରେ ରକ୍ତର ଅଭାବ, ଆଣ୍ଠୁଗଣ୍ଠିରେ ବ୍ୟଥା ମଧ୍ୟ କ୍ୟାନସର ରୋଗର ଲକ୍ଷଣ ହୋଇପାରେ ।

Leave A Reply

Your email address will not be published.