Latest Odisha News

BREAKING NEWS

ଆଜି ପୁରୀରେ ବସ ଚଳାଚଳ ବନ୍ଦ; ଜାଣନ୍ତୁ କାହିଁକି

ପୁରୀ: ପୁରୀରେ ମଙ୍ଗଳବାର ଦିନ ଘରୋଇ ବସଗୁଡ଼ିକ ଆନ୍ଦୋଳନ କରୁଥିବା ଯୋଗୁଁ ୧୨ ଘଣ୍ଟା ଲାଗି ଏଠାରେ ବସ ଚଳାଚଳ ବନ୍ଦ ରହିବ।

ଏହି ଆନ୍ଦୋଳନରେ ପ୍ରାୟ ୨୦୦ ବସ ଏବଂ ୮୦୦ କର୍ମଚାରୀ ସାମିଲ୍ ହେବେ ବୋଲି ଶ୍ରୀ ନୀଳଗିରି ମୋଟର୍ ଏମ୍ପ୍ଲଇଜ୍ ୟୁନିୟନ ପକ୍ଷରୁ ସୂଚନା ମିଳିଛି ।

ପ୍ରାପ୍ତ ସୂଚନାନୁଯାୟୀ, ଗତ ଗୁରୁବାର ଦିନ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଅଞ୍ଚଳରେ ଏକ ଗାଡ଼ି ଟୁରିଷ୍ଟ୍ ବସ ସହିତ ଧକ୍କା ହେବା ଫଳରେ ଡ୍ରାଇଭରଙ୍କୁ ଯାତ୍ରୀମାନେ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହାକୁ ନେଇ ଘରୋଇ ବସ ଚାଳକଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇ ଏହି ବନ୍ଦ ଡାକରା ଦିଆଯାଇଛି । ଯାହା ଫଳରେ ଆଜି ପୁରୀ ଓ ପୁରୀ ବାହାରକୁ ସମସ୍ତ ବସ ସେବା ଏକପ୍ରକାର ଠପ୍ ହୋଇଯାଇଛି।

 

Leave A Reply

Your email address will not be published.