ଭୁବନେଶ୍ୱର: ସେନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଯୌତୁକ ନିର୍ଯାତନା। ସ୍ତ୍ରୀଙ୍କ ଅଭିଯୋଗ ପରେ ଜଣେ ଆର୍ମି ଅଫିସରଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ । ତାଙ୍କ ନାଁ ସୌମ୍ୟରଞ୍ଜନ ପତି । ସେ ଜଣେ ମେଜର ବୋଲି ଜଣାପଡ଼ିଛି ।
ଫରିଦାବାଦରେ କାର୍ଯ୍ୟରତ ଥିଲେ ସୌମ୍ୟରଞ୍ଜନ । ତାଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ ହୋଇଥିଲା । ଯୌତୁକ ନିର୍ଯାତନା ସହ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଥିଲେ ପତ୍ନୀ ।
ଗିରଫ ପରେ ସୌମ୍ୟରଞ୍ଜନଙ୍କୁ ଗତକାଲି ରାତିରେ କୋର୍ଟ ଚାଲାଣ କରାଯାଇଥିଲା । ତାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଥିଲେ କୋର୍ଟ । ଏହାପରେ ତାଙ୍କୁ ଆର୍ମି କଷ୍ଟୋଡିକୁ ପଠାଇ ଦିଆଯାଇଛି ।
Comments are closed.