ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଏବଂ କିଦାମ୍ବି ଶ୍ରୀକାନ୍ତ ଏଥର ଟୋକିଓ ଅଲିମ୍ପିକ୍ସ ଯାଇପାରିବେ ନାହିଁ । ସେମାନେ ଶେଷ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରି ନ ଥିଲେ । ଏଥର ୪ଜଣ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ସେମାନେ ହେଲେ ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ, ପୁରୁଷ ସିଙ୍ଗଲ୍ସରେ ବିସାଇ ପ୍ରଣୀଥ ଏବଂ ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ରେଡ୍ଡୀ-ଚିରାଗ ଶେଟ୍ଟି । ଯଦି ବାସ୍ତବିକତା ଏବଂ ଅଭିଜ୍ଞତା ବିଚାରକୁ ନିଆଯାଏ ତାହାହେଲେ ସିନ୍ଧୁଙ୍କ ଠାରୁ ଭାରତ କେବଳ ପଦକ ଆଶା କରିପାରିବ । ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିଲେ ।
ଅପରପକ୍ଷରେ ପ୍ରଣୀଥ ବିଶ୍ୱର ବଡ ବଡ ଖେଳାଳି ଲି ଚୋଙ୍ଗ ୱେଇ, ଲି ଜୁନହୁଇଙ୍କୁ ହରାଇବା ଦକ୍ଷତା ପ୍ରମାଣିତ କରିପାରିଛନ୍ତି । ସେହିପରି ବିଶ୍ୱର ୧୦ ନମ୍ବର ଡବଲ୍ସ ଯୋଡି ସାତ୍ୱିକ-ଚିରାଗ କଣ କମାଲ କରୁଛନ୍ତି ତାହା ସମୟ କହିବ । ସୂଚନାଯୋଗ୍ୟ, ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନାଙ୍କ ଅନୁପସ୍ଥିତି ଭାରତର ଗୋଟିଏ ପଦକ ସମ୍ଭାବନା କମ କରିଦେଇଛି ।
BREAKING NEWS
- PUCC:ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ
- Steel Plant: ଓଡ଼ିଶାରେ ୭ ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ;୧୪ ହଜାରରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ
- ଥାଇଲ୍ୟାଣ୍ଡ ଫେରନ୍ତାଙ୍କ ଠାରୁ ଲୁଟ୍ କରି ବନ୍ଧା ହେଲେ କ୍ୟାବ୍ ଡ୍ରାଇଭର; ଏପରି କରିଥିଲେ ଲୁଟ୍ ପ୍ଲାନ୍…
- ୫୦୦% ଟାରିଫ ଧମକ ମଧ୍ୟରେ ଖସିଲା ସେୟାର ବଜାର
- ବରୁଣ ଧୱନଙ୍କୁ ଟ୍ରୋଲ୍ କଲେ ୟୁଜର୍ସ, ଚିହିଁକିଲେ ‘ବର୍ଡର ୨’ରେ ପ୍ରଡ୍ୟୁସର୍
- Jaundice In Khordha: ଏଥିପାଇଁ ନବୋଦୟ ସ୍କୁଲରେ ବ୍ୟାପିଲା ଜଣ୍ଡିସ୍;ଆସିଲା ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ରିପୋର୍ଟ
- ଲିଷ୍ଟ ଏ କ୍ରିକେଟରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ରିତୁରାଜ
- pollution certificate: ‘ସାର୍ଟିଫିକେଟ ନାହିଁ ତ ତେଲ ନାହିଁ,ଏହି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରାଯିବ’
- ଲାଞ୍ଚ ନେଇ ଫସିଲେ ଆରଆଇ
- Odisha receive bomb threat: ବୋମା ଧମକର ବିଧିବଦ୍ଧ ତଦନ୍ତ ଦାବି କଲା ହାଇକୋର୍ଟ ବାର ଆସୋସିଏସନ
Comments are closed.