Latest Odisha News

BREAKING NEWS

ଅଲିମ୍ପିକ ମଶାଲ ଶୋଭାଯାତ୍ରା ୨୫ ମାର୍ଚ୍ଚରୁ

ଟୋକିଓ: କରୋନା ମହାମାରୀ ଯୋଗୁ ଟୋକିଓ ଅଲିମ୍ପିକ୍ସ ୨୩ ଜୁଲାଇ ୨୦୨୧ରୁ ଆରମ୍ଭ ହେବ । ମଙ୍ଗଳବାର ଆୟୋଜକ କମିଟି ସ୍ପଷ୍ଟ କରିଛି ଯେ, ୨୫ ମାର୍ଚ୍ଚରୁ ଫୁକୁସିମାରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହେବ । ଜାପାନର ଏହି ସହର ୧୦ ବର୍ଷ ତଳେ ଭୂମିକମ୍ପ ଓ ସୁନାମି ଯୋଗୁ କ୍ଷତିଗ୍ରସ୍ତ ହୋଇଥିଲା । ଏ ସବୁ ସତ୍ୱେ ଫୁକୁସିମା ପୁଣି ମୁଣ୍ଡ ଟେକି ଉଠିଛି ତାହା ଜାପାନ ବିଶ୍ୱ ନିକଟରେ ପ୍ରମାଣିତ କରିବାକୁ ଯାଉଛି । ମଶାଲ ଶୋଭାଯାତ୍ରା ସମ୍ପୂର୍ଣ୍ଣ ଜାପାନ ପରିଭ୍ରମଣ କରିବ । ଏଥିରେ ୧୦୦୦ ଧାବକ ଓ ଅଧିକାରୀ ସାମିଲ ହେବେ ।

ଏହି ସମୟରେ କରୋନା ପ୍ରୋଟୋକଲକୁ ଭଲ ଭାବେ ଧ୍ୟାନ ରଖାଯିବ ବୋଲତି ଆୟୋଜକ କମିଟିର ମହାନିର୍ଦ୍ଦେଶକ ୟୁକାହିକୋ ନୁନୋମୁରା କହିଛନ୍ତି।  କରୋନା ଯୋଗୁ ଅଲିମ୍ପିକ ୯ ମାସ ଘୁଂଚିଛି ।

Leave A Reply

Your email address will not be published.