Latest Odisha News

BREAKING NEWS

ସାଉଥ ଆଫ୍ରିକାକୁ ୪-୩ରେ ହରାଇଲା ଭାରତୀୟ ମହିଳା ହକି ଟିମ୍, ଅଲିମ୍ପିକ୍ସ କ୍ୱାର୍ଟର ଆଶା ଉଜ୍ଜୀବିତ

ଟୋକିଓ: ଅଲିମ୍ପିକ୍ସ ଗ୍ରୁପ ପର୍ଯ୍ୟାୟର କର ବା ମର ମ୍ୟାଚରେ ଭାରତୀୟ ମହିଳା ହକି ଟିମର ଜବରଦସ୍ତ ପ୍ରଦର୍ଶନ । କଡ଼ା ମୁକାବିଲାରେ ସାଉଥ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏଥିସହ କାର୍ଟୱ ଫାଇନାଲ୍ ଆଶା ଉଜ୍ଜୀବିତ ରହିଛି । ଗ୍ରୁପ୍ ପର୍ଯ୍ୟାୟରେ ୫ଟି ପାଞ୍ଚରୁ ଭାରତ ୨ଟିରେ ବିଜୟୀ ହୋଇଛି । ହାରିଛି ତିନିଟି ମ୍ୟାଚ୍ । ଇସ୍ରାଏଲ ଓ ଗ୍ରେନ୍ ବ୍ରିଟେନ୍ ମ୍ୟାଚ ଉପରେ ଏବେ ନଜର । ଏହାର ଫଳାଫଳ ଉପରେ ନିର୍ଭର କରୁଛି ଭାରତର କ୍ୱାର୍ଟର ଫାଇନାଲ୍ ଯିବା ସମ୍ଭାବନା ।

ପ୍ରଥମ କ୍ୱାର୍ଟରକୁ ନିଜ ଅକ୍ତିଆରରେ ରଖିଥିଲେ ଭାରତୀୟ ମହିଳା ହକି ଟିମ୍ । ୧-୦ ଗୋଲରେ ଆଗୁଆ ରହିଥିଲେ । ଏହି ଗୋଲ୍ ଦେଇଥିଲେ ବନ୍ଦନା କଟାରିଆ । ତେବେ ମ୍ୟାଚ୍ ଶେଷ ମୁହୂର୍ତ୍ତରେ ଗୋଲ୍ ଦେଇ ପ୍ରଥମ କ୍ୱାର୍ଟକୁ ବରାବର କରିଥିଲା ଦକ୍ଷିଣ ଆଫ୍ରିକା ।

ଦ୍ୱିତୀୟ କ୍ୱାର୍ଟରରେ ବି କାଣ୍ଟେ କା ଟକ୍କର ଚାଲିଲା । ବନ୍ଦନା କଟରିଆ ଦ୍ୱିତୀୟ ଗୋଲ୍ ଦେଇଥିଲେ । ୨-୧ରେ ଭାରତ ଆଗୁଆ ଥିବା ବେଳେ ଶେଷ ମୁହୂର୍ତ୍ତରେ ଗୋଲ୍ ବରାବର କରିଥିଲା ସାଉଥ୍ ଆଫ୍ରିକା । ତୃତୀୟ କ୍ୱାର୍ଟରରେ ଭାରତ ପକ୍ଷରୁ ନେହା ଗୋଟିଏ ଗୋଲ୍ ଦେଇଥିଲେ । ଏହାପରେ ଦକ୍ଷିଣ ଆଫ୍ରିକା ଗୋଲ୍ ଦେଇ ସ୍କୋର ବରାବର କରିଥିଲା ।

ତୃତୀୟ କ୍ୱାର୍ଟର ଶେଷ ବେଳକୁ ମ୍ୟାଚରେ ବ୍ୟକ୍ତିଗତ ତୃତୀୟ ଓ ଦଳ ପକ୍ଷରୁ ଚତୁର୍ଥ ଗୋଲ ଦେଇଥିଲେ ବନ୍ଦନା କଟରିଆ । ଭାରତ ୪-୩ରେ ମ୍ୟାଚ୍ ଜିତିଥିଲା । ଆଜିର ମ୍ୟାଚରେ ହାଟ୍ରିକ ଗୋଲ୍ ଦେଇଛନ୍ତି ବନ୍ଦନା କଟରିଆ ।

Leave A Reply

Your email address will not be published.