ଭୁବନେଶ୍ୱର : ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା । ଏବାବଦରେ ହକି ଇଣ୍ଡିଆ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମର ସଦସ୍ୟ ରହିଥିବା ଓଡ଼ିଆ ପୁଅ ବୀରେନ୍ଦ୍ର ଲାକା ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଛନ୍ତି। ବୀରେନ୍ଦ୍ର ତତ୍କାଳ ପ୍ରଭାବରେ ହକିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି । ୩୧ ବର୍ଷୀୟ ଲାକ୍ରା ୨୦୧ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ବୀରେନ୍ଦ୍ରଙ୍କ ସନ୍ନ୍ୟାସ ନେଇ ହକି ଇଣ୍ଡିଆ ଟ୍ୱିଟ୍ କରି ସୂଚନା ଦେଇଛି
ନିଜ କ୍ୟାରିୟର ଭିତରେ ୨୦୧ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଲାକ୍ରା ଭାରତୀୟ ହକି ଟିମର ଷ୍ଟାର୍ ଡିଫେଣ୍ଡର ଥିଲେ । ସେ ଦୁଇଥର ଭାରତ ପକ୍ଷରୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଛନ୍ତି। ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ଦଳ ପାଇଁ ଖେଳିଥିବା ବେଳେ ୨୦୧୬ରେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ ହେଁ ଆହତ କାରଣରୁ ଖେଳି ନଥିଲେ। ତେବେ ୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ତାଙ୍କୁ ଭାରତୀୟ ଦଳରେ ସାମିଲ୍ କରାଯାଇଥିଲା। ସେ ମଧ୍ୟ ଅଲିମ୍ପିକ୍ସରେ ଭାରତୀୟ ଦଳର ଭାଇସ୍ କ୍ୟାପଟେନ୍ ଭାବେ ନିଯୁକ୍ତି ପାଇଥିଲେ। ଟୋକିଓରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ଜିତି ୪୧ ବର୍ଷର ଖାଲି ସ୍ଥାନ ପୂରଣ କରିଥିଲା।
BREAKING NEWS
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
- Vande Mataram: ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍ ଗାନ କଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
- ସଫଳ ହେବ କି PSLV ମିଶନ ? ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା ରକେଟ୍
- ଇରାନ ଉତ୍ତେଜନା: ୫୩୮ଜଣଙ୍କ ମୃତ୍ୟୁ, ୧୦ ହଜାରରୁ ଊର୍ଦ୍ଧ୍ୱ ଗିରଫ
- Golden Globe Awards 2026: ଓୱେନ୍ କୁପର୍ଙ୍କୁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର
- ସୋଲାନରେ ଅଗ୍ନିକାଣ୍ଡ: ଶିଶୁ ମୃତ, ୯ ଆହତ
- ‘ମୁଁ ହେଇଥିଲେ, ଇରାନୀ ନେତାଙ୍କୁ ହତ୍ୟା କରିଥାନ୍ତି,’ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଖାମେନେଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଧମକ…
- ଡ୍ୟୁଟି ବେଳେ ହୋମଗାର୍ଡଙ୍କ ମୃତ୍ୟୁ
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
Comments are closed.