ଭୁବନେଶ୍ୱର: ଦୀର୍ଘ ଦିନ ଧରି ବିଶ୍ୱ କ୍ରୀଡାର ମହାକୁମ୍ଭ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ଓଡିଶା ଆଥଲେଟ ଅଂଶଗ୍ରହଣ କରି ଆସିଛନ୍ତି । କିନ୍ତୁ ଦୁଃଖର କଥା କେହି କେବେ ପଦକ ଜିତି ଓଡିଶାକୁ ଗୌରବାନ୍ୱିତ କରିବା ସୁଯୋଗ ଦେଇ ନାହାନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୪ଜଣ ଓଡିଆକୁ ଏଥର ସୁଯୋଗ ମିଳିଛି । ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା (ପୁରୁଷ ହକି), ଅମିତ ରୋହିଦାସ (ପୁରୁଷ ହକି), ଦୀପଗ୍ରେସ ଏକ୍କା (ମହିଳା ହକି), ଦୂତି ଚାନ୍ଦ (ଆଥଲେଟିକ୍ସ) । ପୁରୁଷ ହକିରେ ପଦକ ଆଶାର ସମ୍ଭାବନା ଥିବା ବେଳେ ଦୂତି କିଛି କମାଲ କରିବେ ବୋଲି ଆଶା କରାଯାଉଛି ।
ଏ ପର୍ଯ୍ୟନ୍ତ ଓଡିଶାର ୧୪ ଜଣ ଅଲିମ୍ପିକ୍ସ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ସେମାନେ ହେଲେ ଦିଲୀପ ତିର୍କି , ଲାଜରୁସ ବାର୍ଲା, ଇଗ୍ନେସ ତିର୍କି, ୱିଲିୟମ ଖାଲକୋ, ବୀରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା, ସୁନୀତ ଲାକ୍ରା, ଲିଲିମା ମିଞ୍ଜ, ନମିତା ଟପ୍ପୋ, ରଚିତା ମିସ୍ତ୍ରୀ, ଅନୁରାଧା ବିଶ୍ୱାଳ, ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ, କେ.ରବି କୁମାର । ମାର୍କଣ୍ଡ ରେଡ୍ଡୀ ପାରା ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି । ଏହା ମଧ୍ୟରୁ କେବଳ ୟୁଥ ଅଲିମ୍ପିକ୍ସରେ ଓଡିଶାର ହକି ଟିମର ସଦସ୍ୟ ଭାବେ ସୁଦୀପ ଚିର୍ମାକୋ ପୋଡିୟମରେ ଛିଡା ହେବାର ଗୌରବ ଅର୍ଜନ କରିଛନ୍ତି । ୧୮୯୬ ଆଧୁନିକ ଅଲିମ୍ପିକ୍ସ ପରଠାରୁ ହକିରେ ୯ଜଣ, ଆଥଲେଟିକ୍ସରେ ୪ ଏବଂ ଭାରୋତୋଳନରେ ଜଣେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି । ମାଇକେଲ କିଣ୍ଡୋ ୧୯୭୨ ମ୍ୟୁନିକ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଟିମର ସଦସ୍ୟ ଥିଲେ । ଝାଡଖଣ୍ଡ ଜନ୍ମିତ ଏହି ହକି ଖେଳାଳି ୧୯୭୭ରେ ଓଡିଶାକୁ ଆସିଥିଲେ । ସେଥିପାଇଁ ତାଙ୍କ ନାମ ସାମିଲ କରା ଯାଇନି । ଆଧୁନିକ ଅଲିମ୍ପିକ୍ସର ୧୦୦ ବର୍ଷ ପରେ ୧୯୯୬ରେ ପ୍ରଥମ ଓଡିଆ ଖେଳାଳି ଭାବେ ଦିଲିପ ତିର୍କି ଆଟଲାଂଟା ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିଥିଲେ । ବ୍ୟକ୍ତିଗତ ଇଭେଂଟରେ ରଚିତା ମିସ୍ତ୍ରୀ ଓ ଅନୁରାଧା ବିଶ୍ୱାଳ ୨୦୦୦ ସିଡନୀ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ । ରଚିତା ୪ଗୁଣା ୧୦୦ରେ ଅଂଶଗ୍ରହଣ କରିଥିଲେ । ଅନୁରାଧାଙ୍କୁ ସୁଯୋଗ ମିଳି ନ ଥିଲା । ଏହାର ୧୬ ବର୍ଷ ପରେ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।
BREAKING NEWS
- Black Tigers: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା..
- First newspaper in india: ଭାରତର ପ୍ରଥମ ଖବରକାଗଜ…ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ
- High Court: ପୁରୀ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କଲେ ହାଇକୋର୍ଟ..
- ଚୀନରେ ଏସିଆନ୍ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍… କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ପ୍ରଶିକ୍ଷଣ ଆରମ୍ଭ
- AI Data Centers In Space: ମହାକାଶରେ ଖୋଲିବ AI ଡାଟା ସେଣ୍ଟର, ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି SpaceX CEO…
- EPFO: ସର୍ବନିମ୍ନ ପେନସନ୍ ୭,୫୦୦ ଟଙ୍କାକୁ ବୃଦ୍ଧି କରିବେ କି ସରକାର? ଶ୍ରମ ମନ୍ତ୍ରୀ ଦେଲେ ବଡ଼ ସୂଚନା…
- ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି
- India EU Trade Deal: ‘ମଦର୍ ଅଫ୍ ଅଲ୍ ଡ଼ିଲ’, ସରିଫ୍-ୟୁନୁସଙ୍କ ପାଇଁ କାଳ!
- Senior Citizens To Visit Puri: ବରିଷ୍ଠ ନାଗରିକ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ସରକାର
- Turkey Offer To Iran: ଆମେରିକାକୁ ତେଲ ଦେଇ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଚୁକ୍ତି କର…ଇରାନକୁ ବଡ଼ ପ୍ରସ୍ତାବ ଦେଲା ତୁର୍କୀ…
Comments are closed.