ଭୁବନେଶ୍ୱର: ଦୀର୍ଘ ଦିନ ଧରି ବିଶ୍ୱ କ୍ରୀଡାର ମହାକୁମ୍ଭ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ଓଡିଶା ଆଥଲେଟ ଅଂଶଗ୍ରହଣ କରି ଆସିଛନ୍ତି । କିନ୍ତୁ ଦୁଃଖର କଥା କେହି କେବେ ପଦକ ଜିତି ଓଡିଶାକୁ ଗୌରବାନ୍ୱିତ କରିବା ସୁଯୋଗ ଦେଇ ନାହାନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୪ଜଣ ଓଡିଆକୁ ଏଥର ସୁଯୋଗ ମିଳିଛି । ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା (ପୁରୁଷ ହକି), ଅମିତ ରୋହିଦାସ (ପୁରୁଷ ହକି), ଦୀପଗ୍ରେସ ଏକ୍କା (ମହିଳା ହକି), ଦୂତି ଚାନ୍ଦ (ଆଥଲେଟିକ୍ସ) । ପୁରୁଷ ହକିରେ ପଦକ ଆଶାର ସମ୍ଭାବନା ଥିବା ବେଳେ ଦୂତି କିଛି କମାଲ କରିବେ ବୋଲି ଆଶା କରାଯାଉଛି ।
ଏ ପର୍ଯ୍ୟନ୍ତ ଓଡିଶାର ୧୪ ଜଣ ଅଲିମ୍ପିକ୍ସ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ସେମାନେ ହେଲେ ଦିଲୀପ ତିର୍କି , ଲାଜରୁସ ବାର୍ଲା, ଇଗ୍ନେସ ତିର୍କି, ୱିଲିୟମ ଖାଲକୋ, ବୀରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା, ସୁନୀତ ଲାକ୍ରା, ଲିଲିମା ମିଞ୍ଜ, ନମିତା ଟପ୍ପୋ, ରଚିତା ମିସ୍ତ୍ରୀ, ଅନୁରାଧା ବିଶ୍ୱାଳ, ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ, କେ.ରବି କୁମାର । ମାର୍କଣ୍ଡ ରେଡ୍ଡୀ ପାରା ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି । ଏହା ମଧ୍ୟରୁ କେବଳ ୟୁଥ ଅଲିମ୍ପିକ୍ସରେ ଓଡିଶାର ହକି ଟିମର ସଦସ୍ୟ ଭାବେ ସୁଦୀପ ଚିର୍ମାକୋ ପୋଡିୟମରେ ଛିଡା ହେବାର ଗୌରବ ଅର୍ଜନ କରିଛନ୍ତି । ୧୮୯୬ ଆଧୁନିକ ଅଲିମ୍ପିକ୍ସ ପରଠାରୁ ହକିରେ ୯ଜଣ, ଆଥଲେଟିକ୍ସରେ ୪ ଏବଂ ଭାରୋତୋଳନରେ ଜଣେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛନ୍ତି । ମାଇକେଲ କିଣ୍ଡୋ ୧୯୭୨ ମ୍ୟୁନିକ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଟିମର ସଦସ୍ୟ ଥିଲେ । ଝାଡଖଣ୍ଡ ଜନ୍ମିତ ଏହି ହକି ଖେଳାଳି ୧୯୭୭ରେ ଓଡିଶାକୁ ଆସିଥିଲେ । ସେଥିପାଇଁ ତାଙ୍କ ନାମ ସାମିଲ କରା ଯାଇନି । ଆଧୁନିକ ଅଲିମ୍ପିକ୍ସର ୧୦୦ ବର୍ଷ ପରେ ୧୯୯୬ରେ ପ୍ରଥମ ଓଡିଆ ଖେଳାଳି ଭାବେ ଦିଲିପ ତିର୍କି ଆଟଲାଂଟା ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିଥିଲେ । ବ୍ୟକ୍ତିଗତ ଇଭେଂଟରେ ରଚିତା ମିସ୍ତ୍ରୀ ଓ ଅନୁରାଧା ବିଶ୍ୱାଳ ୨୦୦୦ ସିଡନୀ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ । ରଚିତା ୪ଗୁଣା ୧୦୦ରେ ଅଂଶଗ୍ରହଣ କରିଥିଲେ । ଅନୁରାଧାଙ୍କୁ ସୁଯୋଗ ମିଳି ନ ଥିଲା । ଏହାର ୧୬ ବର୍ଷ ପରେ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।
BREAKING NEWS
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
Comments are closed.