Latest Odisha News

କରୋନା ପାଇଁ ସବୁ ଟୋଲ ପ୍ଲାଜାରେ ଟୋଲ ଆଦାୟ ବନ୍ଦ ରହିବ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶର ସବୁ ଟୋଲ ପ୍ଲାଜାରେ ସାମୟିକ ଭାବେ ଟୋଲ୍ ଆଦାୟ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏହା ଫଳରେ ଜାତୀୟ ରାଜପଥରେ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡି ଚଳାଚଳରେ ସୁବିଧା ହେବା ସହିତ ଗୁଦୁତ୍ୱପୂର୍ଣ୍ଣ ସମୟ ବଞ୍ଚିପାରିବ ବୋଲି ସେ ଟୁଇଟ୍ କରି କହିଛନ୍ତି ।

ତେବେ ଜାତୀୟ ରାଜପଥ ରକ୍ଷଣାବେକ୍ଷଣ ଏବଂ ଟୋଲ୍ ପ୍ଲାଜାରେ ଉପଲବ୍ଧ ହେଉଥିବା ଜରୁରୀକାଳୀନ ସୁବିଧା ପୂର୍ବପରି ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଦେଶବ୍ୟାପୀ ୨୧ ଦିନଆ ଲକ୍‌-ଡାଉନ୍ ପାଇଁ ଜାରି ହୋଇଥିବା କଟକଣା ଯୋଗୁଁ ରାସ୍ତାରେ ଯାନବାହନ ଚଳାଚଳ ଅନେକାଂଶରେ କମ୍ ରହିଛି ।

Leave A Reply

Your email address will not be published.