Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍: କନିକାଙ୍କ ପାଇଁ କରୋନାରେ ସଂକ୍ରମିତ ପ୍ରିନ୍ସ ଚାର୍ଲସ୍ !

ଭୁବନେଶ୍ୱର: ପଜିଟିଭ୍ ବାହାରିଛି ପ୍ରିନ୍ସ ଚାର୍ଲସ୍‌ଙ୍କ କୋଭିଡ୍-୧୯ ଟେଷ୍ଟ । ଏହି ଖବର ପ୍ରଚାରିତ ହେବା ପରେ ସିଙ୍ଗର୍ କନିକାଙ୍କ ସହ ତାଙ୍କର ଏହି ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି ।

ବିଭିନ୍ନ ଲୋକ ଭିନ୍ନଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ କନିକାଙ୍କର ଏହି ଫଟୋ ଅପଲୋଡ୍ କରିଛନ୍ତି ।

ତିନିତିନିଥର କୋଭିଡ୍-୧୯ ପଜିଟିଭ କନିକା ଏବେ ପ୍ରିନ୍ସ ଚାର୍ଲସ୍‌ଙ୍କ ପାଇଁ ସମାଲୋଚିତ ହୋଇଛନ୍ତି । ଏହି ଫଟୋକୁ ଯେ କେହିବି ଦେଖିଲେ ସତ ଭାବିବେ ।

ଯଦି ଫଟୋ ସତ, ତା ହେଲେ ଖବର କ’ଣ ମିଛ ? ସତ ମିଛର ଫରକକୁ ବାଛିବା ପାଇଁ ଟିମ୍ ଓଡିଶା ସମ୍ବାଦ ସୋସିଆଲ୍ ମିଡିଆର ଅନେକ ପ୍ଲାଟଫର୍ମରେ ଖୋଳତାଡ କରିଥିଲା । ବିଭିନ୍ନ ପ୍ଲାଟଫର୍ମରେ ମିଳିଥିଲା କନିକା ଓ ପ୍ରିନ୍ସ ଚାର୍ଲସ୍‌ଙ୍କ ଏକାଧିକ ଫଟୋ ।

କୋଭିଡ-୧୯ ଟେଷ୍ଟ ଓ ହସ୍ପିଟାଲରେ ଆଡମିଟ୍ ହେବା ପୂର୍ବରୁ କନିକା ୟୁ.କେରୁ ଫେରିଥିଲେ । ଏହି ଘଟଣା ହିଁ କନିକାଙ୍କୁ ସନ୍ଦେହ ଘେରକୁ ଟାଣିଆଣିଛି ।

ଏବେ ଆସନ୍ତୁ ସତ ଘଟଣା ଉପରେ ଆଲୋକପାତ କରିବା । ଏହି ଫଟୋଟି ଲଣ୍ଡନ,୨୦୧୫ରେ କ୍ଲିକ୍ କରାଯାଇଥିଲା । କନିକା ବି ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହାକୁ ପୋଷ୍ଟ କରିଥିଲେ । ଫଟୋର କ୍ୟାପ୍ସନ ରହିଥିଲା ସଂଧ୍ୟାରେ କ୍ଲେରାନ୍ସ ହାଉସ୍, ଏଲିଫେଣ୍ଟ ଫ୍ୟାମିଲି ଚାରିଟି ଅବସରରେ ପ୍ରିନ୍ସ ଚାର୍ଲସ୍‌ଙ୍କ ସହ ।

ଡେକାନ୍ କ୍ରୋନିକଲ୍ ଭଳି ଖବରକାଗଜରେ ମଧ୍ୟ ୨୦୧୫, ଜୁଲାଇ ୬ରେ ଏହି ଫଟୋ ପ୍ରକାଶିତ ହୋଇଥିଲା । ଏକ ଚାରିଟି ଇଭେଣ୍ଟ ପାଇଁ ପ୍ରିନ୍ସଙ୍କ ସହ କନିକାଙ୍କର ଲଣ୍ଡନରେ ସାକ୍ଷାତ ହୋଇଥିଲା ।

ଯଦି ଏହି ସମସ୍ତ ତଥ୍ୟ ଆପଣଙ୍କୁ ସନ୍ତୁଷ୍ଟି ଦେଇପାରିନି ତେବେ ବିନା ଦ୍ୱିଧାରେ ଗୁଗଲ୍ କରନ୍ତୁ । ୨୦୧୫ ସହ ଜଡିତ ଅନେକ ରିପୋର୍ଟ ଆପଣଙ୍କୁ ମିଳିଯିବ ।

Leave A Reply

Your email address will not be published.