Latest Odisha News

ଭୟଙ୍କର ରୂପ ନେଉଛି ‘ଦାନା’; ପ୍ରଭାବିତ ଜିଲ୍ଲା ପାଇଁ ଜାରି ହେଲା ଟୋଲ୍ ଫ୍ରି ନମ୍ବର

ଭୁବନେଶ୍ୱର: ଭୟଙ୍କର ରୂପ ନେଉଛି ସାମୁଦ୍ରକ ଝଡ ‘ଦାନା’ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ଏବେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ଆଡକୁ ମୁହାଁଉଛି । ଏହାପରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଅନୁମାନ କରାଯାଇଛି । ଏହାର ପ୍ରଭାବରେ ଗୁରୁବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲାରେ ଭୀଷଣ ପବନ ସହିତ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଅନ୍ୟପଟେ, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଥିବା ବେଳେ କଣ୍ଟ୍ରୋଲ ରୁମ୍‌ ନମ୍ବର ଗୁଡ଼ିକ ୦୬୭୧-୨୪୨-୨୦୩୨ ଓ ୨୯୯-୨୮୦୦ ଜାରି କରାଯାଇଛି । ଏଥିସହିତ ସମସ୍ତ ଜିଲ୍ଲା ପ୍ରଶାସନ ମଧ୍ୟ ସେମାନଙ୍କର ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି ।

୧. ବାଲେଶ୍ୱର ଜିଲ୍ଲା ପାଇଁ ୦୬୭୮୨-୨୬୨୨୮୬, ୦୬୭୮୨-୨୬୧୦୭୭ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଥିବାବେଳେ,
୨. ମୟୁରଭଞ୍ଜ-୦୬୭୯୨-୨୫୨୭୫୯, ୦୬୭୯୨-୨୫୨୯୪୧
୩. ଭଦ୍ରକ-୦୬୭୮୪-୨୫୧୮୮୧
୪. ଯାଜପୁର-୦୬୭୨୮-୨୨୨୬୪୮
୫. କେନ୍ଦ୍ରାପଡା-୦୬୭୨୭-୨୩୨୮୦୩
୬. କେନ୍ଦୁଝର-୦୬୭୬୬-୨୫୫୪୩୭
୭. ଜଗତସିଂହପୁର-୦୬୭୨୪-୨୨୦୩୬୮
୮. କଟକ-୦୬୭୧-୨୫୦୭୮୪୨
୯. ଢେଙ୍କାନାଳ-୦୬୭୬୨-୨୨୬୫୦୭,୦୬୭୬୨-୨୨୧୩୭୬
୧୦. ଅନୁଗୁଳ-୦୬୭୬୪-୨୩୦୯୮୦
୧୧. ପୁରୀ-୦୬୭୫୨-୨୨୩୨୩୭
୧୨. ଖୋର୍ଦ୍ଧା-୦୬୭୫୫-୨୨୦୦୦୨
୧୩. ଗଂଜାମ-୦୬୮୧୧-୨୬୩୯୭୮
୧୪. ନୟାଗଡ଼-୦୬୭୫୩-୨୫୨୯୭୮
୧୫. ବିଏମସି-୧୯୨୯

ବାତ୍ୟା ପ୍ରଭାବରେ ବୁଧବାର ଠାରୁ ରାଜ୍ୟରେ ବଦଳିଛି ପାଗ । ବୁଧବାର ସନ୍ଧ୍ୟା ପରେ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.