-
-
Top Headlines
-
- ନଜର ପକାଇବା କଣ ରହିଛି ଆଜି ଦିନ ତମାମ ଖବର:
- ଓଡ଼ିଶାରେ ଅଗ୍ନିପଥ ଯୋଜନା ନିଆଁ । କଟକରେ ବି ଜୋରଦାର ବିକ୍ଷୋଭ କରାଯାଇଛି , କେନ୍ଦ୍ର ବିରୋଧରେ ଦେଶବ୍ୟାପୀ ଜଳୁଛି ଅସନ୍ତୋଷର ନିଆଁ । ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ପାଇଁ ଆଶାୟୀଙ୍କ ସମୟସୀମା ବୃଦ୍ଧି ପରେ ବି ଥମୁନି ବିକ୍ଷୋଭ । ଯୋଜନାକୁ ନେଇ ତେଜିଲା ରାଜନୀତି, କେନ୍ଦ୍ର ଉପରେ ବର୍ଷିଲେ ପିସିସି ସଭାପତି
- ଅଗ୍ନିପଥ ଯୋଜନା ବିରୋଧରେ ହେଉଥିବା ପ୍ରଦର୍ଶନ ଏବେ ଘାତକ ସାବ୍ୟସ୍ତ । ତେଲେଙ୍ଗାନାର ସିକନ୍ଦରାବାଦରେ ଅଘଟଣ । ଜୀବନ ନେଇଗଲା ଅଗ୍ନିପଥକୁ ବିରୋଧ ପ୍ରଦର୍ଶନ, ଫାୟରିଂରେ ଜଣେ ମୃତ, ୧୩ ଆହତ ।
- -ଓଡ଼ିଶାରେ ଆରମ୍ଭ ହେଲାଣି ମୌସୁମୀ ବର୍ଷା । ଦକ୍ଷିଣ ଓଡ଼ିଶାକୁ ସଂପୂର୍ଣ୍ଣ ଛୁଇଁଛି ମୌସୁମୀ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ୨୨ଟି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତାହା ମୌସୁମୀକୁ ବାଟ କଢ଼ାଇ ସାରା ଓଡ଼ିଶାରେ ସକ୍ରିୟ କରାଇବ ।
- -ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା କମିଟି ବୈଠକ , ଭିଡିଓ କନ୍ଫରେନ୍ସିଂ ଜରିଆରେ ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, କହିଲେ ପ୍ରତିଟି ଜୀବନ ହେଉଛି ମୂଲ୍ୟବାନ୍ -ଜୁନରୁ ଅକ୍ଟୋବର ମାସ ଯାଏଁ ନଜର ରଖ
- -ସରିଲା ଖରାଛୁଟି, ୧୧ ଦିନ ପରେ ପୁଣି ସ୍କୁଲ ଆସିଲେ ଛାତ୍ରଛାତ୍ରୀ । ଆଜିଠୁ ଖୋଲିଛି ରାଜ୍ୟର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ । ଗତ ୬ ତାରିଖରୁ ରାଜ୍ୟରେ ଘୋଷଣା ହୋଇଥିଲା ଖରାଛୁଟି । ଗତ ଦୁଇ ବର୍ଷ ହେବ କରୋନା ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଚଳିତ ବର୍ଷ ଖରାଛୁଟି ଅବଧିକୁ କମାଯାଇଥିଲା ।
- ଓଡ଼ିଶାରେ କରୋନା ଭୟ ନାହିଁ, ତଥାପି ସତର୍କ ରହିବାକୁ ପରାମର୍ଶ , ଯେଉଁଠି କ୍ଲଷ୍ଟର ଆଉଟବ୍ରେକ ହେଉଛି, କଣ୍ଟାକ୍ଟ ଟ୍ରେସିଂ ସହ ଆଇସୋଲେଟ କରି ଟ୍ରିଟ୍ମେଣ୍ଟ କରିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ବର୍ତ୍ତମାନ ରାଜ୍ୟରେ ୧୦ ହଜାର ଟେଷ୍ଟରୁ ୨୫ଜଣଙ୍କ ପଜିଟିଭ ବାହାରୁଛି ।
- -ପୁଣି ସଙ୍କଟରେ ପଡ଼ିଛି ଗଜରାଜ । ପାଣି ପିଇବାକୁ ଯାଇ ପୋଖରୀରେ ଫସିଲା ହାତୀ । ସମ୍ବଲପୁର ସାପଲହରା ଗାଁର ଏକ ପୋଖରୀରେ ହାତୀଟି ଫଶି ରହିଛି । ଘଟଣା ସ୍ଥଳରେ ବନକର୍ମଚାରୀ ପହଞ୍ଚି ହାତୀକୁ ନିରିକ୍ଷଣରେ ରଖିଛନ୍ତି । ହାତୀର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଚିକିତ୍ସିତ ହେଉଥିଲା ।
- -ଚିଲିକା ମଝିରୁ ଉଦ୍ଧାର ହେଲେ ଯାତ୍ରୀ, ଅଟକି ଥିବା ଡ଼ଙ୍ଗାରୁ ଯାତ୍ରୀଙ୍କୁ ଉଦ୍ଧାର କଲା ଆଉ ଏକ ଡ଼ଙ୍ଗା । ଯାନ୍ତ୍ରୀକ ତୃଟି ଯୋଗୁଁ ମଝି ଚିଲିକାରେ ପାଖାପାଖି ଅଧଘଂଟା ଅଟକି ରହିଥିଲା ଡ଼ଙ୍ଗା । ଯାତ୍ରୀଙ୍କୁ ଧରି ପ୍ରାୟ ୧୨ଟା ୪୫ରେ ଡଙ୍ଗାଟି ଜହ୍ନିକୁଦରୁ ସାଡପଡା ଅଭିମୁଖେ ବାହାରିଥିଲା ।
- -ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ । ବୁଲଡୋଜର ଚଢାଇବା ଆଗରୁ ନୋଟିସ୍ ଦେବାକୁ ବାଧ୍ୟ ।ସର୍ବୋଚ୍ଚ ନ୍ୟାୟାଳୟ ଯୋଗୀ ସରକାରଙ୍କୁ ମାଗିଛନ୍ତି ଜବାବ । ଉଚ୍ଛେଦ ଅଭିଯାନକୁ ବନ୍ଦ କରିବା ସହ ବେଆଇନ୍ ଉଚ୍ଛେଦକୁ କୋର୍ଟ ବାରଣ କରିଛନ୍ତି ।
- -ମହଙ୍ଗା ମାଡରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । କମିଲା ଖାଇବା ତେଲ ଦର । ୨୦ ଟଙ୍କା ପର୍ଯ୍ୟନ୍ତ ଦର ହ୍ରାସ କଲେ ତେଲ କମ୍ପାନୀ । ସୂର୍ଯ୍ୟମୂଖୀ, ସୋୟାବିନ୍, ଶୋରିଷ ତେଲ ଓ ପାମ୍ ତେଲର ଦର ହ୍ରାସ ପାଇଛି । ଖୁବ୍ ଶୀଘ୍ର ଦର ହ୍ରାସ ତେଲ ପ୍ୟାକେଟ୍ ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
- -ଆସାମରେ ସ୍ଥାନେ ସ୍ଥାନେ ଭୁସ୍କଳନ। ଲଗାଣ ବର୍ଷାରେ ବେହାଲ ରାଜ୍ୟ । ୩ଦିନର ଲଗାଣବର୍ଷା ଭୁସ୍କଳନ ସହ ଆଣିଛି ବଡ ଧରଣର ବନ୍ୟା ସମସ୍ୟା । ଘରଦ୍ୱାର ଭାଙ୍ଗି ମାଟିରେ ମିଶିଯାଇଛି । ଭୁସ୍କଳନ ଯୋଗୁଁ ଏବେ ସୁଦ୍ଧା ଆସାମରେ ୪ଜଣଙ୍କ ମୃତ୍ୟୁ ହୋଇଛି ।
- -ସୁନୀଲ ଛେତ୍ରୀ ଭାରତୀୟ ଫୁଟବଲର ଦଳର କ୍ୟାପଟେନ୍ । ୧୭ ବର୍ଷର ଲମ୍ବା କ୍ୟାରିୟର, ଭାରତର ସର୍ବାଧିକ ଗୋଲ ସ୍କୋରର ସୁନୀଲ । ହଂକଂ ବିପକ୍ଷରେ ଗୋଟିଏ ଗୋଲ ଦେଇ ସୁନୀଲ ଛେତ୍ରୀ ବିଶ୍ୱର ଶ୍ରେଷ୍ଠ ୫ଜଣ ଗୋଲ ସ୍କୋରର୍ଙ୍କ ତାଲିକାରେ ତାଙ୍କ ନାଁକୁ ସାମିଲ କରିଛନ୍ତି ।
- -ଇତିହାସ ରଚିଲା ଭାରତୀୟ ଫୁଟବଲ୍ ଟିମ୍ , ୨୦୨୩ ଏଏଫସି ଏସିଆନ୍ କପ୍ ପାଇଁ ଯୋଗ୍ୟତା ହାସଲ ।
ପ୍ରାୟ ୪୮ ହଜାର ଦର୍ଶକ ଷ୍ଟାଡିୟମରେ ରହି ଭାରତୀୟ ଟିମକୁ ସମର୍ଥନ କରିଥିଲେ । କୋଲକତାରେ ଆୟୋଜିତ ଏଏଫସି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରିଛି । - -‘ଗୁଡ ଲକ୍ ଜେରୀ’ ର ଫାଷ୍ଟ ଲୁକ୍ ସେୟାର କଲେ ଜାହ୍ନବୀ । ଏହା ସିଧାସଳଖ OTT ରେ ରିଲିଜ୍ ହେବ। ଜାହ୍ନବୀ ସୋସିଆଲ ମିଡିଆରେ ଫିଲ୍ମର ଦୁଇଟି ଭିନ୍ନ ପୋଷ୍ଟର ରିଲିଜ କରିଛନ୍ତି।
- -ବଲିଉଡ୍ରେ ଦବଙ୍ଗ ଖାନ୍ଙ୍କ ଫିଲ୍ମରେ ତାଙ୍କ ସହ ୧୦ ଜଣ ଅଭିନେତ୍ରୀ ଆସିବେ ନଜର । ସଲମାନଙ୍କ ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍ୱେଲ୍ ନୋ ଏଣ୍ଟ୍ରି ମେଁ ଏଣ୍ଟ୍ରି ‘ । ଫିଲ୍ମରେ ଦଶ ଜଣ ଅଭିନେତ୍ରୀଙ୍କ ନାମ ପ୍ରକାଶ କରାଯାଇ ନାହିଁ । ଫିଲ୍ମରେ ପୁରୁଣା ଚେହେରା ମଧ୍ୟ ଦେଖିବାକୁ ମିଳିବ।
Comments are closed.