୧. ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଶ୍ରୀମତି ଦୌପଦୀ ମୁର୍ମୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଏବଂ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି l ବହୁ ବ୍ୟକ୍ତି ଶ୍ରୀମତି ମୁର୍ମୁଂକୁ ସାକ୍ଷାତ୍ କରୁଛନ୍ତି l ଅନ୍ୟପଟେ ରାଇରଂଗପୁରରେ ଆଜି ସକାଳୁ ବିଭିନ୍ନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ଶ୍ରୀମତି ମୁର୍ମୁ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ତାଂକୁ Z+ ସିକ୍ୟୁରିଟି ପ୍ରଦାନ କରାଯିବା ସହିତ ଏକ ବୁଲେଟପ୍ରୁଫ୍ କାର୍ ଯୋଗାଇ ଦିଆଯାଇଛି ।
୨. ଭାଟିକାନ୍ ସିଟିରେ ପୋପ ଫ୍ରାନ୍ସିସଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ରୋମ୍ ଗସ୍ତରେ ଥିବା ଶ୍ରୀ ପଟ୍ଟନାୟକ, ପୋପଙ୍କୁ ସାକ୍ଷାତ୍ କରିଛନ୍ତି ।ଇଟାଲୀ ପରେ ମୁଖ୍ୟମନ୍ତ୍ରୀ ଦୁବାଇ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି l
୩. ମହାରାଷ୍ଟ୍ର ରାଜନୀତିରେ ମହାସଙ୍କଟ l ଭଙ୍ଗ ହେବ ମହାରାଷ୍ଟ୍ର ବିଧାନସଭା ! ଶିବସେନାର ଛାମୁଆ ନେତା ସଞ୍ଜୟ ରାଉତଙ୍କ ଟ୍ୱିଟ ପରେ ମାମଲା କେଉଁ ଆଡକୁ ଗତି କରିବ, ତାହା ସ୍ପଷ୍ଟ ହେଉନାହିଁ l ଅନ୍ୟପଟେ ଅସନ୍ତୁଷ୍ଟ ବିଧାୟକଙ୍କ ସହ ଗୌହାଟିିରେ ଡେରା ପକାଇଥିବା ଏକାନାଥଙ୍କୁ ମନାଇବା ପାଇଁ ଶିବସେନା ପକ୍ଷରୁ ପ୍ରୟାସ ଜାରି ରହିଛି l
୪. ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ l ଏଇ ଭୁମିକମ୍ପରେ ମୃତ୍ୟୁ ସଂଖ୍ୟା ୯୦୦ ଅତିକ୍ରମ କରିଛି l ୬୦୦ରୁ ଅଧିକ ଆହତ ହୋଇଛନ୍ତି l ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆକଳନ କରାଯାଉଛି।
୫. ରାଜ୍ୟରେ ଶକ୍ତ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ l ଆଜି କଟକ ଏବଂ ଭୁବନେଶ୍ବରରେ ଘଡ଼ଘଡି ସହ ପ୍ରବଳ ବର୍ଷା ହୋଇଛି । ପଶ୍ଚିମ ଓଡ଼ିଶା ସମେତ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଫଳରେ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ୬. ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା ନେଇ ବଢୁଛି ଦ୍ବନ୍ଦ୍ବ । ରଶ୍ମିରେଖାଂକା ଆଜି ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା, ପୋଷ୍ଟମର୍ଟମ ରିପୋର୍ତରୁ ସ୍ପଷ୍ଟ ହୋଇଛି। ଶରୀରରେ ନାହିଁ କୌଣସି କ୍ଷତ ଚିହ୍ନ ନଥିବା ବେଳେ ୨୪ରୁ ୩୬ଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।
୭. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସି ସାରିଥିବାରୁ ଦାୟର ସମସ୍ତ ମାମଲାର ଶୁଣାଣି କରି ହାଇକୋର୍ଟ ରଦ୍ଦ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଉ କିଛି ପ୍ରାସଙ୍ଗିକତା ନଥିବା ହାଇକୋର୍ଟ ଦର୍ଶାଇଛନ୍ତି l
୮. ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ବଡ ଘୋଷଣା କରିଛନ୍ତି । ଇଣ୍ଡିଆନ୍ ରିଜର୍ଭ ବାଟାଲିଅନ ପାଇଁ ୬୬୩ ଟି ପଦବୀକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରତିଟି ବାଟାଲିଅନ ପାଇଁ ୨୧୧ ପଦବୀକୁ ମଞ୍ଜୁରୀ ମିଳିଛି । ଏହାସହ ୧୩୨ ଟି ପଦବୀ, ଆଉଟ୍ ସୋର୍ସିଂ ମାଧ୍ୟମରେ ପୁରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
୯. ଗତ ୨୪ ଘଣ୍ଟାରେ ଦେଶରେ ୧୨,୨୪୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l ୧୩ଜଣ ମୃତ୍ୟୁ ହୋଇଛି l ୨୪ ଘଣ୍ଟାରେ ହୋଇଥିବା ୧୩ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ମୃତ୍ୟୁସଂଖ୍ୟା ୫,୨୪,୯୦୩ରେ ପହଞ୍ଚିଛି।
୧୦. ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵରରେ ପୀଡିତ ହୋଇ ଅଣସରରେ ଅଛନ୍ତି। ସୁସ୍ଥ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେଉଛି। ସେପଟେ ପ୍ରାଚୀ ନଦୀ ତଟ କାକଟପୁର ଅଞ୍ଚଳର ବିଭିନ୍ନ ମଠ ଓ ଭକ୍ତମାନଙ୍କ ପକ୍ଷରୁ ଶ୍ରୀକ୍ଷେତ୍ରକୁ ଫଳଭାର ପଠାଯାଇଛି। ନାମ ସଂକୀର୍ତ୍ତନ ସହିତ ସ୍ୱତନ୍ତ୍ର ଗାଡ଼ିରେ ଶ୍ରୀକ୍ଷେତ୍ର ପଠାଯାଉଛି।
୧୧. ରୁଷ୍ ଠାରୁ ଶସ୍ତାରେ ମିଳୁଛି ଅଶୋଧିତ ତୈଳ। ଏହାକୁ ଦୃଷ୍ଟିରେ ରଖି ତୈଳ ଆମଦାନୀ ବଢ଼ାଇବାରେ ଲାଗିଛି ଭାରତ। କିଛିମାସ ଭିତରେ ରୁଷ୍ ଠାରୁ ୨୫ ପ୍ରତିଶତ ତୈଳ ଆମଦାନି ବଢ଼ାଇଛି ଭାରତ। ଭାରତ ନିଜ କମ୍ପାନୀମାନଙ୍କୁ ମଧ୍ୟ ଶସ୍ତାରେ ମିଳୁଥିବା ଏହି ତୈଳ ଅଧିକ ମାତ୍ରାରେ କିଣିବାକୁ ପରାମର୍ଶ ଜାରି କରିଛି।
୧୨. ରିଲିଜ୍ ହୋଇଛି “ରକ୍ଷାବନ୍ଧନ”ର ଟ୍ରେଲର୍ l ଭାଇ ଭାବରେ ୪ ଭଉଣୀଂକ ଦାୟିତ୍ବ ଉଠାଉଥିବାର ନଜରରେ ଆସିଛନ୍ତି ଅଭିନେତା ଅକ୍ଷୟ କୁମାର। ଭାଇଭଉଣୀଙ୍କ ଭଲପାଇବା ଆଉ ତ୍ୟାଗ ଫିଲ୍ମ ମାଧ୍ୟମରେ ଦର୍ଶାଯାଇଛି l
୧୩. କ୍ରିସ୍ ଗେଲ୍ଙ୍କୁ ଭେଟିଲେ ବିଜୟ ମାଲ୍ୟା l ଫଟୋ ପୋଷ୍ଟ କରି ମାଲ୍ୟା କହିଛନ୍ତି-ମୋ ସାଙ୍ଗ, ୟୁନିଭର୍ସ ବସ୍ କ୍ରିସ୍ ଗେଲ୍ଙ୍କ ସହିତ ସାକ୍ଷାତ l ବିଜୟ ମାଲ୍ୟାଙ୍କ ଏହି ପୋଷ୍ଟଟି ଏବେ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବାରେ ଲାଗିଛି l
୧୪. ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ-2’ OTT ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି। ଏହା ଡିସ୍ନି ପ୍ଲସ୍ ହଟ୍ ଷ୍ଟାରରେ ହେବ ଷ୍ଟ୍ରିମ୍ । OTT ପ୍ଲାଟଫର୍ମରେ ଭାରତର ୬ଟି ବିଭିନ୍ନ ଭାଷାରେ ଦେଖି ପାରିବେ ଦର୍ଶକ ।
୧୫. ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍ । ଶେଷ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍କୁ ଝଟ୍କା ଲାଗିଛି l କାରଣ, କରୋନାରେ ସଂକ୍ରମିତ ହୋଇଛନ୍ତି ବିରାଟ କୋହଲି । ପରିବାର ସହ ମାଲଦ୍ୱୀପରୁ ଫେରିବା ପରେ କରୋନାରେ ସଂକ୍ରମିତ ହୋଇଛନ୍ତି କୋହଲି।
Comments are closed.