ଭୁବନେଶ୍ୱର: ନନ୍ଦନକାନନ ସିଂହ ସଫାରୀରେ ଅଟକିଲା ବସ୍ । ଏକ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିଲେ ଯାତ୍ରୀ । ବସ ଭିତରେ ଭୟଭୀତ ଅବସ୍ଥାରେ ବସିଥିଲେ ଯାତ୍ରୀ । ବସ ବାହାରେ ବୁଲୁଥିଲେ ସିଂହ । ଶନିବାର ଅପରାହ୍ନରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ନନ୍ଦନକାନନ ସିଂହ ସଫାରୀରେ।
ଯାତ୍ରୀଙ୍କୁ ନେଇ ନନ୍ଦନକାନନ ସିଂହ ସଫାରୀ ଯାଇଥିବା ବସ ହଠାତ ଭାରସାମ୍ୟ ହରାଇ ଏକ ଖାଲରେ ଖସି ପଡିଥିଲା । ବସରେ ପ୍ରାୟ ୩୦ ଜଣ ପର୍ଯ୍ୟଟକ ଥିଲେ । ବସଟି ଖାଲରୁ ବାହାରି ପାରି ନ ଥିଲା । ପ୍ରାୟ ଏକ ଘଣ୍ଟା ଧରି ବସ ଭିତରେ ଯାତ୍ରୀ ସେମିତି ଥିଲେ । ବସର ସମସ୍ତ ଡୋର ବନ୍ଦ ଥିବାବେଳେ ବାହାରେ ବସ ଚାରିପଟେ ବୁଲୁଥିଲେ ସଂହ । ପର୍ଯ୍ୟଟକମାନେ ଏ ଦୃଶ୍ୟ ଦେଖି ଭୟଭୀତ ହୋଇ ପଡିଥିଲ ।
ଖବର ପାଇ ନନ୍ଦନକାନନ କର୍ମଚାରୀ ସଂହମାନଙ୍କୁ କାବୁ କରି ଖୁଆଡକୁ ଛାଡିଥିଲେ । ପ୍ରାୟ ଦେଢ ଘଣ୍ଟା ପରେ ବସ ଭିତରୁ ସମସ୍ତ ପର୍ଯ୍ୟଟକଙ୍କୁ ବାହାର କରାଯାଇଥିଲା । ସଫାରୀ ରାସ୍ତାଟି ମୋରମ୍ ପଡ଼ି ତିଆରି କରାଯାଇଛି । ବର୍ଷାରେ ରାସ୍ତାଟି ଦୁର୍ବଳ ହୋଇଯାଇଥିବାରୁ ବସ୍ ଦବି ଯାଇଥିଲା । ସୂଚନାଥାଉ କି , ନନ୍ଦନକାନନରେ ବାରମ୍ବାର ଏଭଳି ଅଘଟଣ ଘଟୁଛି । ସମାନ ଘଟଣା ୨୦୨୧ ନଭେମ୍ବର ୭ ରେ ମଧ୍ୟ ଘଟିଥିଲା ।
Comments are closed.