Latest Odisha News

ଅଭୁଲା ଗୀତ : ଜୟତୁ ମହାଲକ୍ଷ୍ମୀ

ସଙ୍ଗୀତ : ନଚିକେତା ଘୋଷ
ଗାୟନ : ହେମନ୍ତ କୁମାର
ଗୀତ : ସତ୍ୟ ନାରାୟଣ ପଣ୍ଡା
ଚଳଚ୍ଚିତ୍ର : ମହାଲକ୍ଷ୍ମୀ ପୂଜା, ୧୯୫୯

BjdElectrycity

ଜୟତୁ ମହାଲକ୍ଷ୍ମୀ

ଅନନ୍ତ ଆକାଶେ ଅଗଣିତ ତାରକା
ନୁହେଁ କି ମା’ ତବ ମହିମା
ସାଗର ଗରଭେ
ମଣି ମୋତି ମାଳିକା
ସବୁ ତ ତୁମରି ମହିମା
ଅନନ୍ତ ଆକାଶେ
ଅଗଣିତ ତାରକା
ଜୟତୁ ମହାଲକ୍ଷ୍ମୀ
ଜୟତୁ ମା’
ଜୟତୁ ମହାଲକ୍ଷ୍ମୀ
ଜୟତୁ ମା’

ସୂର୍ଯ୍ୟରେ ଆଲୋକ
ଚାନ୍ଦରେ ଜୋଛନା
କୋମଳ କୁସୁମେ
ସୌରଭ ସୁଷମା
ଜଳଧି ତରଙ୍ଗେ
ଗାନ ମାଧୁରିମା
ସବୁ ତ ତୁମରି କଳ୍ପନା
ଜୟତୁ ମହାଲକ୍ଷ୍ମୀ
ଜୟତୁ ମା’
ଜୟତୁ ମହାଲକ୍ଷ୍ମୀ
ଜୟତୁ ମା’

ଅନନ୍ତ ଆକାଶେ ଅଗଣିତ ତାରକା
ନୁହେଁ କି ମା’ ତବ ମହିମା
ଫୁଲେ ଫୁଲେ ତବ ଶୋଭା ବିରାଜେ
ଗିରିବନ ଗଗନେ ପ୍ରତିଭା ସାଜେ
ଜୀବନେ ମଧୁର ମୃଦଙ୍ଗ ବାଜେ
ସବୁ ତ ତୁମରି ଗରିମା
ଜୟତୁ ମହାଲକ୍ଷ୍ମୀ
ଜୟତୁ ମା’

ତୁମେ ତ କାନ୍ତି ତୁମେ ବିଭୂତି
ଭୋଗ ଭାଗ୍ୟ ସୁଖ ବିଶ୍ୱ ଶାନ୍ତି
ସବୁଜ ସୁନ୍ଦର ଶୋଭେ ବସୁମତୀ
ସବୁ ତ ତୁମରି କରୁଣା
ଜୟତୁ ମହାଲକ୍ଷ୍ମୀ, ଜୟତୁ ମା’

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.