Latest Odisha News

BREAKING NEWS

ସାମୁଦ୍ରିକ ଝଡ ‘ଫନି’: ତୁରନ୍ତ ପୁରୀ ଛାଡିବାକୁ ପର୍ଯ୍ୟଟକମାନଙ୍କୁ ପରାମର୍ଶ

ପୁରୀ : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳକୁ ମାଡି ଆସୁଥିବା ବେଳେ ବୁଧବାର ଦିନ ରାଜ୍ୟ ସରକାର ସମସ୍ତ ପର୍ଯ୍ୟଟକମାନଙ୍କୁ ପୁରୀ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଝଡ ଓଡିଶା ଉପକୂଳବର୍ତ୍ତୀ ଅଞ୍ଚଳକୁ ଅଧିକ ପ୍ରଭାବିତ କରିବା ଆଶଙ୍କା ରହିଥିବାରୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ସରକାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଞ୍ଚଳ ଗୁଡିକରେ ମେ’ ୩ ଓ ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ଏହି ସମୟ ମଧ୍ୟରେ ସମସ୍ତ ପ୍ରକାର ଟୁର୍ ବାତିଲ କରିବାକୁ ଟୁର୍ ଅପରେଟରମାନଙ୍କୁ ସୂଚନା ଜାରି କରାଯାଇଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ।

ଆହୁରି ମଧ୍ୟ କୌଣସି ପର୍ଯ୍ୟଟକ ଯେପରି ସମୁଦ୍ର କୂଳରେ ବୁଲିବା ତଥା ନ ଗାଧୋଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି ।

Leave A Reply

Your email address will not be published.