ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ମାର୍ଚ୍ଚ ମାସରୁ ସାରା ଦେଶରେ ଲକଡାଉନ୍ ଆଦେଶ ଜାରି ହୋଇଥିଲା । ଦିଲ୍ଲୀର ଯମୁନା ନଦୀ ଅପ୍ରତ୍ୟଶିତ ଭାବେ ନିଜ ପୂର୍ବ ରୂପ ଫେରିପାଇଥିଲା । ହେଲେ ଯମୁନା ନଦୀର ଏହି ରୂପ ଯେ କ୍ଷଣସ୍ଥାୟୀ ତାହା ପୁଣିଥରେ ପ୍ରମାଣିତ ହୋଇଛି । ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅନେକ କଟକଣା ଉଠିଯିବା ପରେ ପୁଣିଥରେ ଏହି ନଦୀ ବିଷାକ୍ତ ଫେଣରେ ନିଜ ଅସ୍ତିତ୍ୱ ହରାଇଛି ।
ଅନାବଶ୍ୟକ ପ୍ରଦୂଷିତ ଜଳ ନିଷ୍କାସନ ଯମୁନା ନଦୀରେ ବିଷାକ୍ତ ଫେଣ ଉତ୍ପନ୍ନ କରିବାରେ ମୁଖ୍ୟ କାରଣ ସାଜିଛି । ତେବେ ଖାସ କରି ନିଷ୍କାସିତ ଜଳରେ ଅତ୍ୟଧିକ ଫସଫେଟ୍ର ମାତ୍ରା ରହୁଥିବାରୁ ଫେଣ ସୃଷ୍ଟି ହୋଇଥିବା ଜଣାପଡିଛି । ରବିବାର ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।
Comments are closed.