Latest Odisha News

୧୧ ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ‘ସମର୍ପଣ’ର ଦ୍ୱିତୀୟ ସନ୍ଧ୍ୟାରେ ପାରମ୍ପରିକ ‘ବାଉଲ’ ଓ ‘ଅଭଙ୍ଗ’ ସଙ୍ଗୀତ ପରିବେଷିତ

ଭୁବନେଶ୍ୱର : ଓଡ଼଼ିଶା ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ, ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେଉଥିବା ୧୧ ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ସମର୍ପଣର ଦ୍ୱିତୀୟ ଦିନରେ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଭାପତି ଅରବିନ୍ଦ ବେହେରା, ଆଇ.ସି.ସି.ଆରର ନିର୍ଦ୍ଦେଶିକା ମିନାକ୍ଷୀ ମିଶ୍ର ଏବଂ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଚିବ କ୍ଷୀରୋଦ କୁମାର ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।

ଦ୍ଵିତୀୟ ଦିବସର ସନ୍ଧ୍ୟାର ପ୍ରଥମ ଭାଗରେ ସନତ୍‍ ଦାସ ଓ ସାଥୀଙ୍କ ଦ୍ୱାରା ବଙ୍ଗଳା ଲୋକ ସଙ୍ଗୀତ ‘ବାଉଲ’ ପରିବେଷଣ କରାଯାଇଥିଲା । ଏହି ସଙ୍ଗୀତକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିରନ୍ତର ରୂପେ ଯାଇ ସଙ୍ଗୀତ ଦ୍ୱାରା ଲୋକମାନଙ୍କର ଭଲପାଇବା ଓ ଚିରନ୍ତନ ପ୍ରେମର ପ୍ରଚାର କରିଥାଏ । ସନ୍ଧ୍ୟାର ଦ୍ଵିତୀୟ ତଥା ଶେଷ ଉପସ୍ଥାପନା ଓମ୍‍କାର ଦାଦରକର୍‍ ଓ ସାଥୀଙ୍କ ଦ୍ୱାରା ମହାରାଷ୍ଟ୍ରର ପ୍ରସିଦ୍ଧ ଅଭଙ୍ଗ ସଙ୍ଗୀତ ପରିବେଷିତ ହୋଇଥିଲା । ଅଭଙ୍ଗ ସଙ୍ଗୀତ ଭଗବାନ ଭିଥଲାଙ୍କ ପାଖରେ ଗାନ କରାଯାଇଥାଏ । ଭଗବାନ ଭିଥଲା ହେଉଛନ୍ତି ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟରେ ଶ୍ରୀକୃଷ୍ଣଙ୍କର ଅନ୍ୟରୂପ । ଉଭୟ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମ ସଙ୍ଗୀତା ଗୋସାଇଁ ଓ ରାଜଶ୍ରୀ ପାତ୍ରଙ୍କ ଦ୍ୱାରା ସଞ୍ଚାଳିତ ହୋଇଥିଲା ।

Comments are closed.