- ମହାରାଷ୍ଟ୍ରରେ କ୍ଷମତା ସଂକଟ ଏବେ ଭିନ୍ନ ମୋଡ ନେବାକୁ ଯାଉଛି । ସରକାର ଗଠନ ନେଇ ଚର୍ଚ୍ଚା ଆରମ୍ଭ । ଦିଲ୍ଲୀ ଗସ୍ତରେ ଫଡନଭିସ୍, ଶାହାଙ୍କୁ ଭେଟି ପ୍ରସ୍ତୁତ କରିପାରନ୍ତି ରଣନୀତି ! ସେପଟେ ସଂଜୟ ରାୱତଙ୍କ ପାଇଁ ବଢିଲା ଅଡୁଆ, ହାଜର ହେବାକୁ ଦ୍ୱିତୀୟ ନୋଟିସ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
![]()
- କଟକ କିଶନ ନଗର ଥାନା ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା ଘଟଣା । ଆକ୍ସନ ମୋଡ୍ରେ ଡିଜିପି । ସସ୍ପେଣ୍ଡ୍ ହେଲେ କିଶନ ନଗର IIC ସସ୍ମିତା ରଣା । ଦାୟିତ୍ୱରେ ଅବହେଳା ପାଇଁ ସସ୍ମିତାଙ୍କୁ ପୋଲିସ ଡିଜି ନିଲମ୍ବିତ କରିଛନ୍ତି।
![]()
- ରାଜ୍ୟ ପାଇଁ ପୁଣି ଟେନସନ୍ ବଢାଇଲା କରୋନା। ଦୈନିକ ସଂକ୍ରମଣରେ ଶହେ ପାର୍। ୨୪ ଘଣ୍ଟାରେ ଆଉ ୧୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୫ ଆକ୍ରାନ୍ତ ଅଛନ୍ତି।
![]()
- ନୀଳ କୁର୍ତ୍ତା ପିନ୍ଧି ଶେଖ୍ ଜାଏଦ ମସଜିଦ୍ ବୁଲିଲେ ନବୀନ । ବିଦେଶଗସ୍ତ ଅବସରରେ ଆବୁଧାବିର ଶେଖ୍ ଜାଏଦ ମସଜିଦ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋଗଲ ସ୍ଥାପତ୍ୟର ଉତ୍କର୍ଷତା ଦର୍ଶାଇବା ସହ ସ୍ଥପତି ଓ ଶିଳ୍ପୀଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ନବୀନ ।
![]()
- ଆଠଗଡ ବନଖଣ୍ଡର ନରସିଂହପୁର ଅଂଚଳରୁ ୫ ହାତୀ କଙ୍କାଳ ମିଳିବା ପରେ ତନାଘନା । ଘଟଣାରେ ୨ ଜଣ ଫରେଷ୍ଟର ଫେରାର । ଗତକାଲି ଆଉ ଏକ ହାତୀ କଙ୍କାଳ ମିଳିବା ପରେ ଏନେଇ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉଛି । ହାତୀମୃତ୍ୟୁ ପଛରେ ଫରେଷ୍ଟରମାନଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡିଛି ।
-
![]()
- ଆସିଲା ଓଡ଼ିଆ ଅଭିନେତା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।କମିଶନରେଟ୍ ପୋଲିସ୍କୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତଗତ କରାଯାଇଛି। ଶରୀରରେ ଥିବା ସାମାନ୍ୟ କ୍ଷତ ମୃତ୍ୟୁ ପୂର୍ବର ହ୍ୟାଙ୍ଗିଙ୍ଗ୍ ଯୋଗୁ ହୋଇଥିବା ସୂଚନା ମିଳିଛି।
![Postmortem Report Reveals Cause Of Odisha Actor Raimohan Parida’s Death]()
- ରାଜ୍ୟରେ ସ୍ଥିର ରହିଛି ମୌସୁମୀ । ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା । ୩୦ପରେ ରାଜ୍ୟର ଉତ୍ତର ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଆହୁରି ବଢ଼ିବ ବର୍ଷା । ଆସନ୍ତା ୨୪ଘଣ୍ଟାରେ ବର୍ଷା ନେଇ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
![]()
- ଦୁଇଦିନ ପରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ପୋଲିସର ମକଡ୍ରିଲ । ରଥଟଣା, ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ଦିଆଯାଉଛି ପ୍ରଶିକ୍ଷଣ । ଅନ୍ୟପକ୍ଷରେ ଶ୍ରୀଜିଉଙ୍କ ବନକଲାଗିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି ।
![]()
- କୁଲ୍ଗାମ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ । କୁଲ୍ଗାମ୍ ଜିଲ୍ଲାରେ ଆତଙ୍କବାଦୀମାନେ ସେନା ଉପରକୁ ଆକ୍ରମଣ କରିବାରୁ ଅପରେସନ୍ ଏନ୍କାଉଣ୍ଟରରେ ପରିଣତ ହୋଇଥିଲା। ଗତକାଲି ଡୋଡା ବାହାରୀ ଅଞ୍ଚଳରୁ ଜଣେ ଆତଙ୍କବାଦୀକୁ
ଗିରଫ କରାଯାଇଛି। ![]()
- G7 Summitରେ ସାମିଲ ରାଷ୍ଟ୍ର ମୁଖ୍ୟମାନଙ୍କୁ ଉପହାର ଦେଲେ ମୋଦି । G7 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଜର୍ମାନୀ ଗସ୍ତରେ ଥିଲେ । ଭାରତୀୟ କଳା, ସଂସ୍କୃତି ଓ ଦକ୍ଷତାର ପରିଚୟ ଥିବା ବିଭିନ୍ନ ଉପହାର ରାଷ୍ଟ୍ରମୁଖ୍ୟ ମାନଙ୍କୁ ଦେଇଛନ୍ତି ।
![]()
![]()
- ଆସାମ ବନ୍ୟାରେ ଗଲାଣି ୧୩୪ ଜୀବନ, ଏବେବି ୨୧ ଲକ୍ଷରୁ ଅଧିକ ଲୋକ ପାଣି ଘେରରେ । ମୃତକଙ୍କ ସଂଖ୍ୟା ବଢିବା ପରେ ମୋଟ୍ ମୃତ୍ୟୁସଂଖ୍ୟା ୧୩୪ ଛୁଇଁଛି ।
![]()
- ମହାରାଷ୍ଟ୍ରର ମୁମ୍ବାଇ ସ୍ଥିତ କୁର୍ଲାର ନାଇକ୍ ନଗରରେ ଭୁଶୁଡିଲା ଚାରି ମହଲା କୋଠା । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରାୟ ୨୦ରୁ ୨୫ ଜଣ ଲୋକ ମାଟି ତଳେ ଚାପି ହୋଇଥିବା ସନ୍ଦେହ କରାଯାଉଛି । କୋଠା ଖାଲି କରିବାକୁ ବିଏମ୍ ସି ପକ୍ଷରୁ ନୋଟିସ ଜାରି କରାଯାଇଥିଲା । କିନ୍ତୁ ଲୋକେ ପୁରୁଣା ତଥା ଅସୁରକ୍ଷିତ କୋଠା ଛାଡ଼ି ନଥିଲେ।
![]()
- ଇଂଲଣ୍ଡ ମହିଳା କ୍ରିକେଟରଙ୍କ ସହ ନଜର ଆସିଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର : ରେଷ୍ଟୁରାଣ୍ଟରେ ଲଞ୍ଚ୍ ଫଟୋ ଭାଇରାଲ ଇଂଲଣ୍ଡ ମହିଳା ଟିମ୍ କ୍ରିକେଟର୍ ଡାନିଏଲ୍ ଓ୍ୱାଟଙ୍କ ସହ ନଜର ଆସିଛନ୍ତି । ଓ୍ୱାଟ୍ ନିଜ ଇନଷ୍ଟାଗ୍ରାମ୍ ପେଜରେ ଅର୍ଜୁନଙ୍କ ଫଟୋ ସେୟାର କରିଛନ୍ତି ।
![]()
- ବିପଦରେ ରୋହିତ ଶର୍ମାଙ୍କ ଅଧିନାୟକ ପଦ । ହିଟମ୍ୟାନଙ୍କ ନେତୃତ୍ୱ ନେଇ ବଡ ବୟାନ ଦେଇଛନ୍ତି ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟର୍ ବିରେନ୍ଦ୍ର ସେହ୍ୱାଗ । ରୋହିତଙ୍କୁ ଟି୨୦ ନେତ୍ୱତ୍ୱ ପଦରୁ ବିଶ୍ରାମ ମିଳିପାରେ ବୋଲି ସେ କହିଛନ୍ତି । ଏହାଦ୍ୱାରା ସେ ଭଲ ମ୍ୟାନେଜମେଣ୍ଟ୍ କରିପାରିବେ । କାରଣ ସେ ଅଧିନାୟକ ହେଲା ପରେ ଆଘାତ ଓ ବ୍ୟସ୍ତତା ହେତୁ ଅଧିକ ମ୍ୟାଚ୍ ଖେଳିପାରୁ ନାହାଁନ୍ତି ।
![]()
- ବିବାହ ପରେ କ୍ୟାଟ୍ରିନାଙ୍କ କମ୍ବ୍ୟାକ୍, ପୋଷ୍ଟର ସେୟାର କରି ଜଣାଇଲେ ଫିଲ୍ମ ରିଲିଜ୍ ଡେଟ୍ । ସୋସିଆଲ ମିଡିଆରେ କ୍ୟାଟ୍ରିନା ପୋଷ୍ଟ ସେୟାର କରି ଆଗାମୀ ଫିଲ୍ମ ‘ଫୋନ୍ ଭୂତ୍’ର ରିଲିଜ୍ ତାରିଖ କହିଛନ୍ତି।
![]()
BREAKING NEWS
- Puri Police: ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଆଣ୍ଟି-ସ୍ନାଚିଂ ଅଭିଯାନ ଜାରି; ରଥଯାତ୍ରାରୁ ୧୦୩ ସ୍ନାଚର ଗିରଫ, ୨୦୩ମୋବାଇଲ ଉଦ୍ଧାର
- ଆରପାରିରେ କ୍ରିକେଟ ଇତିହାସର ମହାନ ଅଲରାଉଣ୍ଡର
- ବିପଦ ସଙ୍କେତ ଉପରେ ସାପୁଆ ଓ ବଡ଼ଜୋରା ନଈ;ପୋଲ ଉପରେ ୩ଫୁଟ ପାଣି
- ନାବାଳକୁ ଉଲଗ୍ନ କରି ନିର୍ଘାତ ମାଡ଼, ଥାନାରେ ଏତଲା ଦେଲେ ପରିବାର
- ସୋନମ୍ ୱାଂଙ୍ଗଚୁକଙ୍କ ଆମରଣ ଅନଶନ ପ୍ରତି ସମର୍ଥନ ଜଣାଇ ପ୍ରତିବାଦ କରିବ ନାଗରିକ ସମାଜ
- ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ
- ରଥଯାତ୍ରାରେ ଭକ୍ତଙ୍କ ସେବାରେ TPCODL;୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଲା
- Puri Rath Yatra 2026:ପୁରୀରେ ଅତ୍ୟଧିକ ଭିଡ଼କୁ ଦେଖି ଡିଜିପିଙ୍କର ଅନୁରୋଧ;ବୃଦ୍ଧ-ଶିଶୁଙ୍କୁ ଆଣନି
- ଚୟନ କମିଟିଙ୍କ ନିଷ୍ପତି ଉପରେ ପ୍ରଶ୍ନ ଉଠାଇଲେ ଅଶ୍ୱୀନ
- “ଷ୍ଟେଟ୍ ସ୍ପେସିଆଲ ସେଲ୍” ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
















Comments are closed.