Latest Odisha News

କାଲିଠୁ କମିବ ଶୀତ..

ଭୁବନେଶ୍ବର: କାଲିଠୁ କମିବ ଶୀତ । ରାଜ୍ୟରେ ଆସନ୍ତାକାଲିଠୁ ରାତି ତାପମାତ୍ରା ବଢିବା ସହିତ ଶୀତର ପ୍ରକୋପ କମିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତ କମିବା ନେଇ ସମ୍ଭାବନା ରହିଛି । ଆସନ୍ତା ୨୨ ଏବଂ ୨୩ରେ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିପାଇଁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବାରୁ ରାତିରେ ବଢିବ ତାପମାତ୍ରା । ଆଉ ଗୁରୁଚାପ ବଳୟ ଯୋଗୁଁ ଘନକୁହୁଡି ସମ୍ଭାବନା ମଧ୍ୟ ରହିଛି ।

ଅନ୍ୟପଟେ ଏବେ ରାଜ୍ୟରେ ଶୀତ ପଡୁଥିବା ବେଳେ କିଛି କିଛି ସ୍ଥନରେ ଘନ କୁହୁଡି ଦେଖାଦେଉଛି । ଏଥିପାଇଁ ଆସନ୍ତା ୨୨ ଯାଏଁ ଘନ କୁହୁଡି ନେଇ ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, କଟକ, କେନ୍ଦ୍ରାପଡା, କନ୍ଧମାଳକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ ଦିନ କଲବଲ କରିବ ଘନ କୁହୁଡି ସାଙ୍ଗକୁ ଶୀତ । ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା । ଜିରୋ ଭିଜିବିଲିଟି ପରିସ୍ଥିତି ନେଇ ଘାଟି ଅଞ୍ଚଳରେ ଧିମା ଗତିରେ ଗାଡି ଚଳାଇବାକୁ ପରାମର୍ଶ ଦିଆଯାଇଛି ।

Comments are closed.