ବିଜୟନଗରମ: ଦୁର୍ଘଟଣା ପରେ ପୁଣି ଟ୍ରାକରେ ଗଡିଲା ଟ୍ରେନ । ଭୟଙ୍କର ଟ୍ରେନ ଦୁର୍ଘଟଣାର ୨୦ ଘଣ୍ଟା ଭିତରେ ମରାମତି କାମ ସରିଥିଲା । ତା’ ପରେ ଟ୍ରାକରେ ଗଡିଥିଲା ଟ୍ରେନ । ପ୍ରଥମେ ପରୀକ୍ଷା ମୂଳକ ଭାବେ ମାଲବାହୀ ଟ୍ରେନ ଗଡିଥିଲା । ପରେ ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ଆଲମଣ୍ଡା ଷ୍ଟେସନରୁ ଛାଡିଥିଲା ।
ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ଟ୍ରେନ ଦୁର୍ଘଟଣା ପରେ ପୁଣି ଚଳଚଞ୍ଚଳ ହୋଇଛି ଷ୍ଟେସନ । ସୋମବାର ୨.୩୬ ମିନିଟରେ ପ୍ରଶାନ୍ତି ଏକ୍ସପ୍ରେସ ଗଡିବାକୁ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି ଇଷ୍ଟ କୋଷ୍ଟ ରେଲୱେ ।
ଦୁର୍ଘଟଣା ପରେ ଏହି ଲାଇନରେ ୪୫ ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିଲା । ହେଲେ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଫସି ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ଧାରଣାରେ ପଡିଥିବା ବଗିକୁ ହଟାଯାଇ ଟ୍ରାକ ମରାମତି କରାଯାଇଥିଲା । ଏହା ପରେ ଟ୍ରେନ ଚଳାଚଳ କରିଥିଲା ।
BREAKING NEWS
- Republic Day 2026: ଗଣତନ୍ତ୍ର ଦିବସ ପ୍ୟାରେଡ୍ ଓ ରିହର୍ସଲ ଲାଗି ଟ୍ରାଫିକ କଟକଣା…
- ରୋହିତଙ୍କୁ ମିଳିଲା ସମ୍ମାନସୂଚକ ଡକ୍ଟେରେଟ ଉପାଧି
- ଉପରାଷ୍ଟ୍ରପତିଙ୍କ ଗସ୍ତ; ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ
- ଷ୍ଟାର୍ଟଅପ୍ କ୍ଷେତ୍ରରେ ଓଡ଼ିଶାର ପତନ ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି: ବିଜେଡି
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ତାମିଲନାଡୁ ୨୮୧/୭
- ଆଚରଣ ମାଧ୍ୟମରେ ବିଶ୍ୱକୁ ମର୍ଯ୍ୟାଦାର ପାଠ ପଢ଼ାଇବା ଭାରତର କର୍ତ୍ତବ୍ୟ: ମୋହନ ଭାଗବତ
- ମହାରାଷ୍ଟ୍ରରେ ଦେଖିବାକୁ ମିଳିବ ମହିଳାଙ୍କ ଜଲୱା, ସାଧାରଣ ବର୍ଗର ମହିଳା ହେବେ ବିଏମସି ମେୟର
- T20 World Cup: ଭାରତରେ ଟି୨୦ ବିଶ୍ୱକପ୍ ଖେଳିବନି ବାଂଲାଦେଶ…
- Shaking Leg While Sitting: ବସିବା ସମୟରେ ଗୋଡ଼ ହଲାଇବା ଉଚିତ କି? ଜାଣନ୍ତୁ କ’ଣ କହିଲେ ଡାକ୍ତର, ଏହି ଅଭ୍ୟାସ ଭଲ ନା ଖରାପ…
- ସାମ୍ବାଦିକ ଓ ସ୍ତମ୍ଭକାର ରବି କାନୁନଗୋଙ୍କ ଦେହାନ୍ତ
Comments are closed.