Latest Odisha News

BREAKING NEWS

ସାବତ ମା’ ମାଡରେ ୨ ଶିଶୁ ଗୁରୁତର

କଟକ: ମା’ ନଥିବାରୁ ଦାଉ ସାଜିଲା ସାବତ ମା’ । ଦୁଇ ଶିଶୁଙ୍କୁ ପିଟି ପିଟି ଗୁରୁତର କଲା ସାବତ ମା’ । ଏଭଳି ଘଟଣା ଦେଖିବାକୁ ମିଳିଛି ଆଠଗଡ ଥାନା ଅନ୍ତର୍ଗତ ଅଶୋକ ନଗର ଅଞ୍ଚଳରେ । ଗୁରୁତର ଅବସ୍ଥାରେ ଉଭୟ ଶିଶୁଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବରମୁତାବକ, ଦୀର୍ଘ ଦିନ ଧରି ଦୁଇ ଶିଶୁଙ୍କୁ ସାବାତ ମା’ ଜଣକ ଅତି ନିର୍ମମ ଭାବେ ଅତ୍ୟାଚାର କରିଚାଲିଥିବାବେଳେ, ଆଜି ସବୁ ସୀମା ଟପିଗଲା ଏହି ସାବତ ମା’ । ଉଭୟଙ୍କୁ ବାନ୍ଧିକି ବାଡିରେ ନିର୍ଦ୍ଧୁମ ପିଟିଥିବା ଅଭିଯୋଗ ଆଣିଛନ୍ତି ଦୁଇ ଶିଶୁ । ଜୀବନ ବଞ୍ଚାଇବାକୁ ଯାଇ ଶିଶୁ ଦୁଇ ଜଣ କୌଶଳକ୍ରମେ ଘରୁ ଲୁଚି ଚାଲିଆସିଥିଲେ । ସେମାନଙ୍କର ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ।

ତେବେ ଉଭୟ ଶିଶୁଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବାବେଳେ, ସେମାନଙ୍କ ଚିକିତ୍ସା ଜାରି ରହିଥିବା କହିଛି ଆଠଗଡ ପୋଲିସ । ଘଟଣାରେ ସଂପୃକ୍ତ ସାବତ ମା’କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି ପୋଲିସ ।

Leave A Reply

Your email address will not be published.