Latest Odisha News

BREAKING NEWS

କୋରାପୁଟ-ରାୟଗଡ଼ା ଲାଇନରେ ରେଳ ଚଳାଚଳ ବ୍ୟାହତ

ରାୟଗଡ଼ା: କୋରାପୁଟ ଓ ରାୟଗଡ଼ା ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେଉଟଗୁଡ଼ା ଓ ସିକରପାଇ ଷ୍ଟେସନ ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଟନେଲ ମଧ୍ୟରେ ଏକ କୋଇଲା ବୋଝେଇ ଟ୍ରେନ ଅଟକି ରହିଥିବା ଯୋଗୁଁ ରେଳ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇଛି । ତେବେ ଏହି ମାଲବାହୀ ଟ୍ରେନଟିର ଇଞ୍ଜିନ ଖରାପ ହୋଇଯିବା ଯୋଗୁଁ ଏହା ଅଟକି ରହିଥିବା ସୂଚନା ମିଳିଛି ।

ଏହାଫଳରେ ଏହି ଲାଇନ୍ ଦେଇ ଚଳାଚଳ କରୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ସମେତ ତିନୋଟି ଟ୍ରେନ ଚଳାଚଳ ବ୍ୟାହତ ହୋଇଛି ।

ଏହି ଘଟଣା ସମ୍ପର୍କରେ ଜାଣି ରେଳ କର୍ତ୍ତୃପକ୍ଷ ସେହି ସ୍ଥାନରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଯଥାଶିଘ୍ର ମରାମତି କାର୍ଯ୍ୟ ହୋଇ ଯଥାବିଧି ରେଳ ଚଳାଚଳ ହେବ ବୋଲି ଉଚ୍ଚ କର୍ତ୍ତୃପକ୍ଷଙ୍କଠୁ ସୂଚନା ମିଳିଛି ।

Comments are closed.