Latest Odisha News

BREAKING NEWS

କୋରାପୁଟ-ରାୟଗଡା ରୁଟରେ ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ

ଭୁବନେଶ୍ୱର : କୋରାପୁଟ-ରାୟଗଡା ରୁଟରେ ଆଜି ସମସ୍ତ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି । ହାୱଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ମଙ୍ଗଳବାର ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହି ରୁଟ୍ରେ ସମସ୍ତ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଥିଲା ।

ମିଳିଥିବା ସୂଚନାନୁଯାୟୀ ଏହି ରୁଟରେ ଅଟକି ରହିଥିବା ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ ଏବଂ ରାୟଗଡା-ଜଗଦଲପୁର ଏକ୍ସପ୍ରେସ୍ ଆଜି ସକାଳେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଗସ୍ତ କରିଥିବା ଜଣାପଡିଛି ।

ଗତକାଲି ଘଟିଥିବା ଏହି ଦୁର୍ଘଟଣା ପରେ ଇଷ୍ଟ୍ କୋଷ୍ଟ ରେଲୱେ ହୀରାଖଣ୍ଡ ଏକ୍ସପ୍ରେସକୁ ଡାଇଭର୍ଟ କରିଥିବା ବେଳେ ଜଗଦଲପୁର-ରାଉରକେଲା ଏକ୍ସପ୍ରେସ୍ (୧୮୧୦୮), ସମ୍ବଲପୁର-କୋରାପୁଟ୍-ସମ୍ବଲପୁର ପାସେଞ୍ଜର ଟ୍ରେନ୍ (୫୮୩୦୧/୫୮୩୦୨) ଏବଂ ହାୱଡା-ଜଗଦଲପୁର-ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ୍ (୧୮୦୦୫/୧୮୦୦୬) ଟ୍ରେନ ଚଳାଚଳ ବାତିଲ କରିଥିଲା ।

ଅଧିକ ପଢନ୍ତୁ: ସମଲେଶ୍ୱରୀ ଏକ୍ସପ୍ରେସ୍ ଇଞ୍ଜିନରେ ନିଆଁ ଲାଗି ୩ ରେଳବାଇ କର୍ମଚାରୀ ମୃତ

Leave A Reply

Your email address will not be published.