Latest Odisha News

BREAKING NEWS

ଚଳିତ ସାଧାରଣ ନିର୍ବାଚନ ପାଇଁ ଜିଲ୍ଲାପ୍ରଶାସନର ତାଲିମ ଓ ବ୍ୟାପକ ପ୍ରସ୍ତୁତି

ରାୟଗଡ଼ା: ଚଳିତ ସାଧାରଣ ନିର୍ବାଚନ ପାଇଁ ଜିଲ୍ଲାପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଛି।
ଏହି ଅବସରରେ ରାୟଗଡ଼ା ଜିଲ୍ଲାର ତିନୋଟି ବିଧାନସଭା ନିର୍ବାଚନ କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଏବଂ ପୋଲିଙ୍ଗ ଅଧିକାରୀଙ୍କୁ ନେଇ ଚାରି ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।

ପୂର୍ବରୁ ଗୁଣୁପୁର ଏବଂ ବିଷମକଟକ ବିଧାନସଭା କ୍ଷେତ୍ର ପାଇଁ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ଅନୁସାଙ୍ଗିକ ବ୍ୟବସ୍ଥା କରାଯାଉଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେବଳ ଗୁଣୁପୁର ବିଧାନସଭା କ୍ଷେତ୍ରର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଗୁଣୁପୁର ଉପଜିଲ୍ଲାପାଳ ସୁଶ୍ରୀ କିରନଦୀପ କୌର।

138 ଗୁଣୁପୁର ବିଧାନସଭା କ୍ଷେତ୍ରରେ ମୋଟ ପୁରୁଷ ଭୋଟରଙ୍କ ସଂଖ୍ୟା 106684 ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା 114762 ଏବଂ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା 49। ବୁଥ ସଂଖ୍ୟା ହେଉଛି 284। ଅନ୍ୟପଟେ 139 ବିଷମକଟକ ବିଧାନସଭା କ୍ଷେତ୍ରର ପୁରୁଷ ଭୋଟରଙ୍କ ସଂଖ୍ୟା 106837 ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା 125566 ଏବଂ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା 39 ରହିଛି। ବୁଥ ସଂଖ୍ୟା 289 ରହିଛି।

ଏହି ସମସ୍ତ ବିଧାନସଭା କ୍ଷେତ୍ର ଏବଂ କୋରାପୁଟ ସଂସଦୀୟ କ୍ଷେତ୍ରର ତଦାରଖ ଖୋଦ ଜିଲ୍ଲାପାଳ ମନୋଜ ମହାଜନ ଏବଂ ଗୁଣୁପୁର ଉପଜିଲ୍ଲାପାଳ ସୁଶ୍ରୀ କିରନଦୀପ କୌର କରୁଥିବା ବେଳେ ପର୍ଯ୍ୟବେକ୍ଷକ ଏବଂ ପୋଲିଙ୍ଗ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ବିପିନ ନାୟକ, ଅଂଶୁମାନ ପରିଡା, ଏଲ ସନ୍ତୋଷ କୁମାର, ତହସିଲଦାର ଲୀଳାବତୀ ଆଚାର୍ଜୀ ଏବଂ ବିଡ଼ିଓ ଶୁଭ୍ରାଂଜାଳି ପ୍ରଧାନ କରିଛନ୍ତି। ନିର୍ବାଚନ ଦାୟିତ୍ୱରେ ଥିବା ସୁଶାନ୍ତ ଦାସ, ବସନ୍ତ ବେହେରା, ପ୍ରସନ୍ନ ପଣ୍ଡା, ଅନନ୍ତ କୁମାର ତୁଲାଉଛନ୍ତି।

Leave A Reply

Your email address will not be published.