Latest Odisha News

ପ୍ରୋଜେକ୍ଟ ‘ରକ୍ଷକ’ ଉଦଘାଟନ ପରେ ଆରମ୍ଭ ହେଲା ତାଲିମ କର୍ମଶାଳା

ଭୁବନେଶ୍ବର : ପ୍ରୋଜେକ୍ଟ ‘ରକ୍ଷକ’ ଉଦଘାଟନ ପରେ ଆରମ୍ଭ ହେଲା ତାଲିମ କର୍ମଶାଳା । ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚି ସେବା ଯୋଗାଇବା କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ଏହି କର୍ମଶାଳା ଆୟୋଜନ କରାଯାଇଛି । ୩୦ ଜିଲ୍ଲାରେ ୩୦୦ମାଷ୍ଟର ଟ୍ରେନରଙ୍କ ଜରିଆରେ ୩୦ ହଜାର ସ୍ବେଚ୍ଛାସେବୀଙ୍କୁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଉଦଘାଟନୀ ଅବସରରେ କଟକ, ଭୁବନେଶ୍ବର ଓ ଛତ୍ରପୁରରେ ମାଷ୍ଟର ଟ୍ରେନରଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ରେଡକ୍ରସ ଭବନରେ ଆୟୋଜିତ ତାଲିମ କର୍ମଶାଳାରେ ରେଡକ୍ରସ ସୋସାଇଟିର ସଚିବ ସିଟିଏମ ଶୁଗୁଣା, ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ, ପରିବହନ ବିଭାଗ ଯୁଗ୍ମ ଆୟୁକ୍ତ ସଞ୍ଜୟ କୁମାର ବିଶ୍ବାଳ ପ୍ରମୁଖ ସାମିଲ ହୋଇଥିଲେ । ଦୁର୍ଘଟଣାଗ୍ରସ୍ତ ଆହତ ତଥା ମୃତକଙ୍କୁ ସେବା ଯୋଗାଇବା କ୍ଷେତ୍ରରେ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ପାଇଁ ଆର୍ଥିକ ପ୍ରୋତ୍ସାହନ ରାଶିର ମଧ୍ୟ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ସଡ଼କ ଦୁର୍ଘଟଣା ଜନିତ ଆହତ ଓ ମୃତ୍ୟୁ ସଂଖ୍ୟାକୁ କମାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.