Latest Odisha News

BREAKING NEWS

ମୁକ୍ତା ଯୋଜନାରେ ବିକାଶ କାର୍ଯ୍ୟର ସମୀକ୍ଷା କଲେ 5Tସଚିବ

ଭୁବନେଶ୍ବର : 5T ଅଧୀନରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା-ମୁକ୍ତାରେ ବିଭିନ୍ନ ରୂପାନ୍ତର କାର୍ଯ୍ୟ ନେଇ ସମୀକ୍ଷା କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ୍ । ଭିଡିଓ କନଫରେନ୍ସିଂ ଭିସି ଜରିଆରେ ବୀରମିତ୍ରପୁର ପୌର ପରିଷଦ ଅଞ୍ଚଳରେ ମୁକ୍ତା ଯୋଜନାରେ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ । ସମୀକ୍ଷା ବୈଠକରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ବୀରମିତ୍ରପୁର ପୌରପାଳିକାର ନିର୍ବାହୀ ଅଧିକାରୀ, ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସହ ବୀରମିତ୍ରପୁର ବାସିନ୍ଦା ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ । ମୁକ୍ତା ଯୋଜନା ମାଧ୍ୟମରେ ଉପକୃତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମସ୍ତେ ।

ସେହିପରି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କରଞ୍ଜିଆ ଏନ୍‌ଏସି ନେଇ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ କରଞ୍ଜିଆ ସହରର ବିକାଶ ପାଇଁ ୨ କୋଟି ୮୫ ଲକ୍ଷ ଟଙ୍କାର ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଛି । ମୁକ୍ତା ଯୋଜନାର ସଫଳ ରୂପାୟନ କରଞ୍ଜିଆ ସହରର ସାମଗ୍ରିକ ବିକାଶ ପାଇଁ ଯଥେଷ୍ଟ ସହାୟକ ହେବ ବୋଲି କରଞ୍ଜିଆ ବିଧାୟିକା କହିଛନ୍ତି । ଆୟୋଜିତ ଏହି ସମୀକ୍ଷା ବୈଠକରେ ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶିକା ପି ଅନ୍ବେଷା ରେଡ୍ଡି, କରଞ୍ଜିଆ ବିଧାୟିକାଙ୍କ ସହ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.