Latest Odisha News

BREAKING NEWS

ଛୋଟ ପିଲାଙ୍କୁ ଜବରଦସ୍ତ ଅଶ୍ଳୀଳତା ଆଡକୁ ଠେଲି ଦେଉଛି ଫେସବୁକ, ଇନଷ୍ଟା: ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ଫେସବୁକ ଏବଂ ଇନଷ୍ଟ୍ରାଗ୍ରାମ ସମସ୍ୟା ଦିନକୁ ଦିନ ଭାରି ପଡୁଛି । ଆମେରିକା ନ୍ୟୁ ମେକ୍ସିକୋର ଆଟର୍ଣ୍ଣି ଜେନରାଲ ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମ ବିରୋଧରେ ମାମଲା ରୁଜୁ କରିଛନ୍ତି । ଆଟର୍ଣ୍ଣି ଜେନରାଲ ଫେସବୁକ ଉପରେ ଛୋଟ ପିଲାମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ଆଣିଛି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଫେସବୁକ ଏବଂ ଇନଷ୍ଟା ଅଶ୍ଳିଳତାକୁ ପ୍ରୋତ୍ସାହନ ଦେଉଛି ଏବଂ ଆପତ୍ତିଜନକ ପୋଷ୍ଟ ଜରିଆରେ ଛୋଟ ଛୋଟ ପିଲାମାନଙ୍କୁ ଏଥପ୍ରତି ପ୍ରୋତ୍ସାହିତ କରୁଛି ।

ଆଟର୍ଣ୍ଣି ଜେନରାଲ ରାଉଲ ଟୋରେଜ ଅଭିଯୋଗ ଆଣିଛନ୍ତି, ଫେସବୁକ ଏବଂ ଇନଷ୍ଟା ଏକ ଅପରାଧିକ ମଣ୍ଡି ପାଲଟି ଯାଇଛି ଯାହା ପିଲାମାନଙ୍କୁ ଶିକାର କରୁଛି । ଏଥିରେ ପିଲାଙ୍କର ଆପତ୍ତିଜନକ ଫଟୋ, ଭିଡିଓ  ଫଟୋ ପୋଷ୍ଟ କରୁଛନ୍ତି । ଏସବୁ ଭଲ ନ ଲାଗିଲେ ମଧ୍ୟ ସେୟାର କରାଯାଉଛି । ଏହାର ପ୍ରମାଣ ଦେବା ପାଇଁ ସେ ଏକ୍ସପେରିମେଣ୍ଟ ମଧ୍ୟ କରିଥିଲେ ।

ରାହୁଲ ଟୋରେଜ କହିଛନ୍ତି, ଫେସବୁକ ଏବଂ ଇନଷ୍ଟାର ପୋଲ ଖୋଲିବା ପାଇଁ ସେ ଆର୍ଟିଫିସିଆଲ ଇଣ୍ଟେଲିନ୍ସି ସାହାଯ୍ୟରେ କିଛି ପିଲାଙ୍କର ଫେକ ଆକାଉଣ୍ଟ କରିଥିଲେ । ଆକାଉଣ୍ଟ ଯେମିତି ଖୋଲିଗଲା, ସେମିତି ଫେସବୁକ ଏବଂ ଇନଷ୍ଟାର ଅଲଗୋରିଦମ କାରଣରୁ ଏଥିରେ ଅଶ୍ଳୀଳ ଫଟୋ ଏବଂ ଆଡଲ୍ଟ କଣ୍ଟେଣ୍ଟ ଆସିବାକୁ ଲାଗିଲା ।

ତେବେ ଏହାର ଜବାବ ରଖି ମେଟା ପକ୍ଷରୁ କୁହାଯାଇଛି, ପିଲାଙ୍କ ଭଲ ପାଇଁ ମେଟା ସବୁ ପ୍ରକାର ସୁରକ୍ଷାଜନକ ପଦକ୍ଷେପ ନେଉଛି । ଏଥିପାଇଁ କାମ କରିବା ପାଇଁ ଏକ ଟାସ୍କ ଫୋର୍ସ ରହିଛି । ଏହି ଟାସ୍କ ଫୋର୍ସର କହିବା ଅନୁଯାୟୀ, ମେଟା ଚାଇଲ୍ଡ ସେଫ୍ଟି ପଲିସି ଉଲ୍ଲଘଂନ କରିବା କାରଣରୁ ଅଗଷ୍ଟରେ ୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ହଟାଇ ଦିଆଯାଇଛି ।

Leave A Reply

Your email address will not be published.