ଭୁବନେଶ୍ବର : ନନ୍ଦନକାନନରେ ଥିବା ଘଡ଼ିଆଳ କୁମ୍ଭୀରଙ୍କ ଉପରେ ରହିବ ତୀକ୍ଷ୍ନ ନଜର । ଏଣିକି କୁମ୍ଭୀରଙ୍କ ଦେହରେ ଲଗାଯିବ ସାଟେଲାଇଟ ଟ୍ରାନ୍ସମିଟର ଓ ହାଇଟେକ୍ ଟ୍ରାନ୍ସମିଟର । ଦୁଇଟି ପର୍ଯ୍ୟାୟରେ ୮ଟି କୁମ୍ଭୀର ଦେହରେ ଲଗାଯିବ ଏହି ଟ୍ରାନ୍ସମିଟର । କୁମ୍ଭୀରଙ୍କ ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଲକ୍ଷ୍ୟରେ ପ୍ରଥମ ଥର ପାଇଁ ନିଆଯାଉଛି ଏପରି ପଦକ୍ଷେପ । ସମଗ୍ର ବିଶ୍ବରେ ଏଭଳି ପଦକ୍ଷେପ ସର୍ବପ୍ରଥମ ହେବ । ଦିନକୁ ଦିନ ଘଡିଆଳ କୁମ୍ଭୀରଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ପୂର୍ବରୁ ଅଲିଭ ରିଡ଼ଲେ କଇଁଛଙ୍କ ଦେହରେ ଲଗାଯାଇଛି ସାଟେଲାଇଟ ଟ୍ରାନ୍ସମିଟର । ତେବେ ନନ୍ଦନକାନନରେ ଘଡିଆଳ କୁମ୍ଭୀରଙ୍କ ଦେହରେ ଟ୍ରାନ୍ସମିଟର ଲଗାଯିବା ନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ମହାପାତ୍ର ।
BREAKING NEWS
- Venezuela Security Officers: ଭେନେଜୁଏଲାର ୨୪ ସୁରକ୍ଷା ଅଧିକାରୀ ନିହତ!
- US To Buy Venezuela Oil: ଟ୍ରମ୍ପଙ୍କ ବଡ଼ ଘୋଷଣା: ଭେନେଜୁଏଲାର ତେଲ କିଣିବ ଆମେରିକା
- Odisha Cold Wave: ରାଜଧାନୀରେ ହାଡ଼ ଭଙ୍ଗା ଜାଡ଼, ସବୁଠି ପାରଦ ତଳମୁହାଁ
- Bulldozer Action: ମଧ୍ୟରାତ୍ରିରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ, ପଥର ମାଡରେ ୫ ପୋଲିସ କର୍ମଚାରୀ ଆହତ
- Flights Cancelled: କୁହୁଡ଼ି ଯୋଗୁଁ ଦିଲ୍ଲୀରେ ୬ଟି ବିମାନ ଉଡ଼ାଣ ବାତିଲ
- ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
- ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
Comments are closed.