Latest Odisha News

BREAKING NEWS

ପ୍ରତ୍ୟାହାର ହେଲା କୃଷି ଆଇନ୍‌, କେନ୍ଦ୍ରର ନିଷ୍ପତ୍ତି ଉପରେ ମୋହର ମାରିଲା କ୍ୟାବିନେଟ୍

ନୂଆଦିଲ୍ଲୀ : ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । କେନ୍ଦ୍ରର ପ୍ରତ୍ୟାହାର ନିଷ୍ପତ୍ତି ଉପରେ ମୋହର ମାରିଛି କ୍ୟାବିନେଟ୍ । ସଂସଦର ଶୀତକାଳୀନ ଅଧିବେଶନରେ ଆସିବ ବିଲ୍ । କ୍ୟାବିନେଟରେ ଏହି ନିଷ୍ପତ୍ତି ପରେ ସଂସଦରେ ଆଗତ ହେବ କୃଷି ଆଇନ ପ୍ରତ୍ୟାହାର ବିଲ-୨୦୨୧ । ଏହି ବିଲରେ ଗତବର୍ଷ ଗୃହୀତ ହୋଇଥିବା ତିନିଟି ବିବାଦୀୟ ଆଇନ ଯଥା କୃଷି ଉତ୍ପାଦ ବ୍ୟବସାୟ ଓ ବାଣିଜ୍ୟ ଆଇନ, କୃଷି ସଶକ୍ତିକରଣ ଓ ପ୍ରୋତ୍ସାହନ ରାଜିନାମା ଆଇନ ଏବଂ ଦର ପ୍ରତିଶ୍ରୁତି ଓ ଫାର୍ମ ସେବା ଆଇନ ପ୍ରତ୍ୟାହାର ହେବା ନେଇ ବ୍ୟବସ୍ଥା ରହିଛି । ଏହି ଆଇନ ପ୍ରତ୍ୟାହାର ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ କରିଥିଲେ ଘୋଷଣା ।

ଗତବର୍ଷ ଜୁନ ୫ରେ ସରକାର ତିନିଟି କୃଷି ବିଲ୍ ଆଣିଥିବା ବେଳେ, ସେପ୍ଟେମ୍ବର ୧୪ରେ ସଂସଦରେ ଅଧ୍ୟାଦେଶ ଆଣିଥିଲେ । ଗତବର୍ଷ ସେପ୍ବେମ୍ବର ୧୭ରେ ଲୋକସଭାରେ ଏବଂ ୨୦ରେ ରାଜ୍ୟସଭାରେ ଏହା ଗୃହୀତ ହୋଇଥିଲା । ପ୍ରତିବାଦରେ ଗତବର୍ଷ ୨୫ରୁ ଆରମ୍ଭ ହୋଇଥିଲା ଐତିହାସିକ ଆନ୍ଦୋଳନ । ଗତବର୍ଷ ସେପ୍ଟେମ୍ବର ୨୭ରେ ଏହା ଆଇନରେ ପରିଣତ ହୋଇଥିଲା । କୃଷି ଆଇନ ପ୍ରତିବାଦରେ ଡିସେମ୍ବର ୮ ତାରିଖରେ ପାଳିତ ହୋଇଥିଲା ଭାରତ ବନ୍ଦ ।

ଗତ ଜାନୁଆରୀ ୧୨ ତାରିଖରେ ଏହି ଆଇନର କାର୍ଯ୍ୟକାରିତା ଉପରେ ସୁପ୍ରିମକୋର୍ଟଙ୍କ ରୋକ୍ ଲଗାଇଥିଲେ । ଜାନୁଆରୀ ୨୬ରେ ଦିଲ୍ଲୀରେ ହୋଇଥିଲା ଟ୍ରାକ୍ଟର ରାଲି । ସେପଟେ ଅକ୍ଟୋବର ୩ରେ ଲଖିମପୁର ଖେରିରେ ପ୍ରାଣ ହରାଇଥିଲେ ୮ ଚାଷୀ । ମାମଲାରେ ଗିରଫ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ । ଶେଷରେ ଚାଷୀଙ୍କ ନିକଟରେ ମୁଣ୍ଡ ନୁଆଁଇଥିଲେ କେନ୍ଦ୍ର ସରକାର । ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ କରିଥିଲେ ଘୋଷଣା ।

Leave A Reply

Your email address will not be published.