Latest Odisha News

BREAKING NEWS

ଭୁବନେଶ୍ବରର ଏହି ଦୁଇଟି କାର୍ଯ୍ୟାଳୟରେ ଆଜିଠାରୁ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

ଭୁବନେଶ୍ବର: ରାଜ୍ୟରେ ନୂଆ ଟ୍ରାଫିକ ନିୟମ ଲାଗୁହେବା ପରେ ପରିବହନ କାର୍ଯ୍ୟାଳୟ ଗୁଡିକରେ ନାହିଁ ନଥିବା ଭିଡ଼ ଜମୁଛି । ଏହାକୁ ଦୃଷ୍ଟିରେ ସୋମବାର ଠାରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ସହିଦ ନଗରସ୍ଥିତ ବିଏମସି କାର୍ଯ୍ୟାଳୟ ଓ ଏସଆରଟିସି କାର୍ଯ୍ୟାଳୟରେ ଲୋକଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଯୋଗାଇ ଦେବାର ବ୍ୟବସ୍ଥା କରିଛି ।

ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନ ୧୦ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ଲାଇସେନ୍ସ ମିଳିବ ବୋଲି ପରିବହନ ବିହାଗ ପକ୍ଷରୁ ସୂଚନା ମିଳିଛି ।

Comments are closed.