Latest Odisha News

BREAKING NEWS

ଆଶେସ ସିରିଜରେ ପଂହଚିଲା କରୋନା

ମେଲବୋର୍ଣ୍ଣ: ଆଶେସ ସିରିଜରେ ପଂହଚିଲା କରୋନା । ୪ର୍ଥ ଟେଷ୍ଟ ଠିକ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡ କରୋନା କବଳରେ ପଡିଛନ୍ତି । ତାଙ୍କ ସ୍ଥ୍‌ାନରେ ଉସମାନ ଖ୍ୱାଜାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ସେ ୨୦୧୯ ପରଠାରୁ କୌଣସି ଟେଷ୍ଟ ମ୍ୟାଚ ଖେଳି ନାହାନ୍ତି ।

ପୂର୍ବରୁ ମ୍ୟାଚ ରେଫରୀ ଡେଭିଡ ବୁନ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ଇଂଲଣ୍ଡ କୋଚ ସିଲଭରଉଡଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଉ ନ ଥିଲେ ମଧ୍ୟ ସେ ଆଇସୋଲେସନରେ ରହିଛନ୍ତି । ଇଂଲଣ୍ଡ ଦଳର ୭ଜଣ କରୋନା ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.