Latest Odisha News

BREAKING NEWS

ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ମାଗଣା MRI ଓ ସିଟି ସ୍କାନ ସେବା ଲୋକାର୍ପିତ

କଟକ: କର୍କଟ ରୋଗୀଙ୍କୁ ମିଳିବ ଉନ୍ନତମାନର ଚିକିତ୍ସା ସୁବିଧା। ଆଜି କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଗବେଷଣା ଅନୁଷ୍ଠାନରେ ଏମଆରଆଇ ଓ ସିଟି ସ୍କାନ ସେବା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଠାରେ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ। ଏହି ସେବା ପାଇଁ ଏଣିକି ଏସସିବି ବଡ଼ ମେଡ଼ିକାଲ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ।

କର୍କଟ ରୋଗର ପ୍ରାଥମିକ ସ୍ତରରେ ଚିକିତ୍ସା ପାଇଁ ରୋଗ ନିରୂପଣ କରିବାରେ ଏହି ସୁବିଧା ସହାୟକ ହେବ। ସବୁ ସୁବିଧାର ଉନ୍ନତିକରଣ ଓ ଅତ୍ୟାଧୁନିକ ଉପକରଣ ସହ ଆଚାର୍ଯ୍ୟ ହରହର ସ୍ନାତକୋତ୍ତର କର୍କଟ ରୋଗ ଗବେଷଣା ଅନୁଷ୍ଠାନକୁ ଦେଶର ଏକ ପ୍ରମୁଖ କ୍ୟାନସର ଅନୁଷ୍ଠାନରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଥିସହ ରାଜ୍ୟରେ କର୍କଟ ରୋଗୀଙ୍କୁ ଉନ୍ନତମାନର ସେବା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ସାରା ରାଜ୍ୟରେ କ୍ୟାନସର କେୟାର ଫେସିଲିଟି ପ୍ରତିଷ୍ଠା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବ୍ ଶୀଘ୍ର ବରଗଡ ଜିଲ୍ଲାରେ ଆରମ୍ଭ ହେବ କ୍ୟାନସର ହସ୍ପିଟାଲ। ସେହିପରି ବିଭିନ୍ନ ଜିଲ୍ଲାରେ ଥିବା କେମୋ ଥେରାପୀ ପ୍ରୋଗ୍ରାମ ବାଦ୍ ରେଡ଼ିଓ ଥେରାପୀ ୟୁନିଟଗୁଡ଼ିକୁ ଅପଗ୍ରେଡ କରାଯାଇ ଉତ୍ତମ କ୍ୟାନସର କେୟାର ପ୍ରଦାନ କରାଯିବ। ଆଗାମୀ ଦୁଇରୁ ତିନି ବର୍ଷ ଭିତରେ ରାଜ୍ୟରେ ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ହେବ। କର୍କଟ ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ।

Leave A Reply

Your email address will not be published.