Latest Odisha News

BREAKING NEWS

କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ରାଜ୍ୟର ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଡକ୍ଟର ଅଶୋକ ପଟ୍ଟନାୟକଙ୍କୁ ମଙ୍ଗଳବାର ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ପକ୍ଷରୁ ତାଙ୍କ ୨୨ତମ ଶ୍ରାଦ୍ଧ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ପ୍ରଥମ ଥର ପାଇଁ ଭର୍ଚୁଆଲ୍ ବୈଠକରେ ଓସ୍‌ଜା କର୍ମକର୍ତା ଓ ସଦସ୍ୟମାନେ ଏକାଠି ହୋଇ ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ।

ସଭାପତି ସନ୍ଦୀପ ମିଶ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ଭର୍ଚୁଆଲ୍ ମିଟ୍‌ରେ କାର୍ଯ୍ୟକାରୀ ସଭାପତି କେ ରବି, ସମ୍ପାଦକ ସମ୍ବିତ ମହାପାତ୍ର, ପୂର୍ବତନ ସମ୍ପାଦକ ସୁଶାନ୍ତ ମହାନ୍ତି, ସନାତନ ପାଣି, ସୁରେଶ ସ୍ବାଇଁ, ଉପ ସଭାପତି ଦେବୀ ପ୍ରସନ୍ନ ମହାନ୍ତି, ସଂଜୀବ ବିଶ୍ବାଳ, ସମୀକ୍ଷା ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ତପନ ସ୍ବାଇଁ, ଦେବାଶିଷ ସୁନ୍ଦରାୟ, ଜ୍ଞାନରଂଜନ ମିଶ୍ର ଏବଂ ବରିଷ୍ଠ ସଦସ୍ୟ ଦୀପ୍ତି ରଂଜନ ସାମଲ, ଚିରଂଜୀବୀ ପତି, ରଂଜନ ରାୟ, ପ୍ରତାପ ପ୍ରଧାନ, ସନ୍ତୋଷ ମହାନ୍ତି, ସୌଭାଗ୍ୟ ରଥ, ଚକ୍ରଧର ମାଝୀ, ପ୍ରଫୁଲ୍ଲ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ମଙ୍ଗଳବାରଠାରୁ ଓସ୍‌ଜାର ଫେସବୁକ୍‌ ଆକାଉଣ୍ଟକୁ ସକ୍ରିୟ କରାଯିବା ସହିତ ଟ୍ବିଟର୍‌ ଆକାଉଣ୍ଟ୍ ଏବଂ ୟୁଟ୍ୟୁବ୍ ଚାନେଲର ଶୁଭାରମ୍ଭ କରାଯାଇଛି। ଓଡ଼ିଶାର ଏକାଧିକ ଅଗ୍ରଣୀ ଖବରକାଗଜରେ କ୍ରୀଡ଼ା ସାମ୍ବାଦିକତା କରିଥିବା ସ୍ବର୍ଗତ ପଟ୍ଟନାୟକ ସର୍ପାଘାତ ଜନିତ ଜଟୀଳ ସମସ୍ୟା କାରଣରୁ ୧୯୯୮ ମସିହା ଅଗଷ୍ଟ ୧୮ ତାରିଖରେ ଇହ ଲୀଳା ସମ୍ବରଣ କରିଥିଲେ। ଓସଜା ପକ୍ଷରୁ ପ୍ରତିବର୍ଷ ତାଙ୍କ ଶ୍ରାଦ୍ଧ ଦିବସରେ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେଉଥିଲେ ମଧ୍ୟ ଚଳିତ ବ‌ର୍ଷର ଏହା ସମ୍ଭବ ‌ହୋଇପାରିନାହିଁ।

Leave A Reply

Your email address will not be published.