ମୟୂରଭଞ୍ଜ :ମୟୂରଭଞ୍ଜ ବାଙ୍ଗିରପୋଷି ଦ୍ୱାରସୁଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ଘାଟି ନିକଟରେ ଟ୍ରକ ଓ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ୨୦ ରୁ ଅଧିକ ଯାତ୍ରୀ ଅଳ୍ପ ଆହାତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବାରିପଦାରୁ କେଉଁଝର ଅଭିମୁଖେ ଯାଉଥିବା ଶିବ ପାର୍ବତୀ ବସ୍ କୁ ଏକ ଟ୍ରକ ଧକ୍କା ଦେଇଥିଲା। ଏହି ସମୟରେ ଟ୍ରକ ଡ୍ରାଇଭର ଚାପି ହୋଇଯାଇଥିଲେ ।
ଘଟଣା ସ୍ଥଳରେ ବାଙ୍ଗିରପୋଷି ପୋଲିସ ଓ ଅଗ୍ନିସମ ବାହିନୀ ପହଁଚି ସମସ୍ତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ଯେଉଁମାନେ ଅଧିକ ଗୁରୁତର ହୋଇଛନ୍ତି ସେମାନଙ୍କୁ ବାରିପଦାସ୍ଥିତ ପିଆରଏମ ମେଡିକାଲକୁ ପଠାଇଦିଆଯାଇଛି। ଗୁରୁତରଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛିା
Comments are closed.