ମୁମ୍ବାଇ: “ୱେଲକମ୍ ଟୁ ଦି ଜଙ୍ଗଲ”ରେ ଅକ୍ଷୟ କୁମାର ଜଣେ ଷ୍ଟ୍ରଗଲ୍ ଆକ୍ଟର ଭୂମିକାରେ ଅଭିନୟ କରିଛନ୍ତି। ଯିଏ ଅନେକ ଫ୍ଲପ୍ ପରେ କମବ୍ୟାକ କରିବାକୁ ଚେଷ୍ଟା କରୁଛନ୍ତି।
ଅକ୍ଷୟ କୁମାର ନିକଟରେ ମୁମ୍ବାଇରେ “ୱେଲକମ୍ ଟୁ ଦି ଜଙ୍ଗଲ”ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ସ୍ପଷ୍ଟ କରିଥିଲେ ଯେ ତାଙ୍କୁ ଫିଲ୍ମରେ “ଫ୍ଲପ୍ ଅଭିନେତା” କାହିଁକି କୁହାଯାଇଥିଲା।
ନିର୍ମାତାମାନେ ତାଙ୍କ ପାଇଁ ଏହି ଶବ୍ଦ କାହିଁକି ବ୍ୟବହାର କରିଛନ୍ତି ପଚରାଯିବାରୁ ଅକ୍ଷୟ କୁମାର ସାମ୍ବାଦିକଙ୍କୁ କହିଥିଲେ ଯେ ଏହାକୁ ଫିଲ୍ମ ପରିପ୍ରେକ୍ଷୀରେ ବୁଝିବା ଉଚିତ। ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ମନ୍ତବ୍ୟ ଭାବରେ ନୁହେଁ। ସେ କହିଥିଲେ ଯେ ଏପରି ଶବ୍ଦଗୁଡ଼ିକ ପ୍ରାୟତଃ ଚରିତ୍ର କିମ୍ବା କାହାଣୀର ଅଂଶ ହୋଇଥାଏ ଏବଂ ଏହାକୁ ସେହି ଦୃଷ୍ଟିରେ ଦେଖିବା ଉଚିତ।
ଅକ୍ଷୟ କହିଥିଲେ, “ଆମକୁ ଏପରି ସଂଳାପକୁ ତାଚ୍ଛଲ୍ୟ ଭାବରେ ବ୍ୟବହାର କରିବାକୁ କୁହାଯାଇନାହିଁ। ଯେତେବେଳେ ଆପଣ ଫିଲ୍ମ ଦେଖନ୍ତି ସେତେବେଳେ ଆପଣ ଫିଲ୍ମକୁ ଚରିତ୍ର ଅନୁସାରେ ଦେଖନ୍ତି।” ତେଣୁ ଦୟାକରି ଏହାକୁ ଏତେ ଗମ୍ଭୀରତାର ସହିତ ନିଅନ୍ତୁ ନାହିଁ।
‘ୱେଲକମ୍ ଟୁ ଦି ଜଙ୍ଗଲ’ ଫିଲ୍ମ ଜୁନ୍ ୨୬ ତାରିଖରେ ରିଲିଜ୍ ହେବ। ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାର, ପରେଶ ରାୱଲ, ସୁନୀଲ ସେଟ୍ଟୀ, ଅରଶଦ ୱାର୍ସି, ତୁଷାର କପୁର, ଶ୍ରେୟସ ତଲପଡେ, ଦଲେର ମେହେନ୍ଦି ଏବଂ ଆଫତାବ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ଦିଶା ପଟାନି ଏବଂ ରବିନା ଟଣ୍ଡନ ଅଭିନୟ କରିଛନ୍ତି।
ତେବେ ଆକ୍ସନ, କମେଡି, ରୋମାନ୍ସ, ଡ୍ରାମା ଏବଂ ସସପେନ୍ସରେ ଭରପୁର ‘ଓ୍ବେଲକମ୍’ ୟୁନିଭର୍ସର ଏହା ହେଉଛି ତୃତୀୟ ଫିଲ୍ମ। ଲଞ୍ଚ ହୋଇଥିବା ପ୍ରାୟ ୪ ମିନିଟ ୧୦ ସେକେଣ୍ଡର ଏହି ଟ୍ରେଲର କମେଡି, ରୋମାଞ୍ଚ, ମସ୍ତି ଏବଂ ଡ୍ରାମା ଦଶର୍କଙ୍କୁ ହସାଇବା ପାଇଁ ଯଥେଷ୍ଟ। ଫିଲ୍ମର କାହାଣୀ କିଛି ଏଭଳି ରହିଛି, ପରେଶ ରାଓ୍ବଲ ଏବଂ ରାଜପାଲ ଯାଦବ ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଫିଲ୍ମ ପାଇଁ ସେମାନେ ଏକ ବଡ଼ କାଷ୍ଟକୁ ମଧ୍ୟ ଏକାଠି କରିଛନ୍ତି। ଟ୍ରେଲର ଆରମ୍ଭରେ ହିଁ କୁହାଯାଇଛି ଯେ, ଏହା ବଲିଉଡର ପ୍ରଥମ ୨୦୦୦ କୋଟିର ଫେକ୍ ଫିଲ୍ମ।