ୱାସିଂଟନ: ଆମେରିକାର ରାଷ୍ଟପତି ପଦରେ ଡୋନାଲ୍ଡ ଟ୍ରମ୍ପ ଆଉ ମାତ୍ର ୬ ଦିନ ରହିବାର ଅଛି । କାରଣ ଜାନୁଆରି ୨୦ ତାରିଖରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ । ତେବେ ଟ୍ରମ୍ପ ଏହି ୬ ଦିନ ମଧ୍ୟ ନିଜ ପଦରେ ରହି ପାରିବେ କି ନାହିଁ, ସନ୍ଦେହ ଦେଖା ଦେଲାଣି ।
କାରଣ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି ଡେମୋକ୍ରାଟମାନେ । ଏହାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି । ଏବେ ସତକୁ ସତ ଟ୍ରମ୍ପ ନିଜ କାର୍ଯ୍ୟକାଳ ସରିବା ପୂର୍ବର ନିଜ ପଦରୁ ତଡା ଖାଇପାରନ୍ତି । କାରଣ ଡେମୋକ୍ରାଟଙ୍କ ମହାଭିଯୋଗ ପ୍ରସ୍ତାବକୁ ଟ୍ରମ୍ପଙ୍କ ନିଜର ଦଳ ରିପବ୍ଲିକାନ ପାର୍ଟିର କିଛି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟେଟିଭ୍ ସମର୍ଥନ କଲେଣି ।
ଗତ ବୁଧବାର କ୍ୟାପିଟଲ ହିଲ୍ରେ ହୋଇଥିବା ହିଂସାକାଣ୍ଡ ଓ ଅରାଜକତା ପାଇଁ ଟ୍ରମ୍ପଙ୍କୁ ଦାୟୀ କରି ସେମାନେ ଏହି ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ଏହି ନେତାଙ୍କ ମତରେ ଯଦି କ୍ୟାପିଟଲ ହିଲ୍ ପରି କାଣ୍ଡରେ ସଂପୃକ୍ତ ବ୍ୟକ୍ତି ବିରୋଧରେ ଯଦି ମହାଭିଯୋଗ ପ୍ରସ୍ତାବ ଅଣାନଯିବ, ତେବେ ଆଉ କେଉଁ କାମ ପାଇଁ ଏପରି ଦଣ୍ଡ ଦିଆଯିବ । ଟ୍ରମ୍ପ ଯାହା କରିଛନ୍ତି, ତାହା ଦେଶର ଗଣତନ୍ତ୍ର ପ୍ରତି ଘୋର ବିପଦ ବୋଲି ଏମାନେ ଦର୍ଶାଇଛନ୍ତି ।
ଆମେରିକାକୁ, ସମ୍ବିଧାନକୁ, ଆମେରିକାର ନାଗରିକଙ୍କୁ ଏପରିକି ରାଷ୍ଟ୍ରପତି ପଦକୁ ଟ୍ରମ୍ପ ଧୋକା ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଏହି ନେତାମାନେ ।
ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଉପରେ ଆଜି ଆଲୋଚନା ହେବାର ଅଛି । ଏହି ପ୍ରସଙ୍ଗରେ ଡେମୋକ୍ରାଟଙ୍କ ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଅନ୍ୟ ରିପବ୍ଲିକାନ ନେତାଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଟ୍ରମ୍ପଙ୍କ ବିରୋଧୀ ।
ଗତ ବୁଧବାର ଯେତେବେଳେ ବାଇଡେନଙ୍କୁ ଆନୁଷ୍ଠାନିକ ଭାବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ବୋଲି ଘୋଷଣା କରିବାର ଥିଲା, ସେତେବେଳେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟଲ ହିଲରେ ବ୍ୟାପକ ହିଂସାକାଣ୍ଡ କରିଥିଲେ । ସୃଷ୍ଟି ହୋଇଥିଲା ଅରାଜକତା । ଆମେରିକା ଇତିହାସରେ ଏପରି କେବେ ବି ହୋଇନଥିଲା । ଏପରିକି ସିନେଟରମାନଙ୍କୁ ଲୁଚିବାକୁ ପଡିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଗୁଳି ଚଳାଇଥିଲେ ସୁରକ୍ଷାକର୍ମୀ । ଏହି ଅରାଜକତା ପାଇଁ ଟ୍ରମ୍ପ ଓ ସେ ଦେଇଥିବା ଉତ୍ତେଜକ ଭାଷଣକୁ ଦାୟୀ କରାଯାଉଛି ।
BREAKING NEWS
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?

Comments are closed.