ୱାସିଂଟନ: ଆମେରିକାର ରାଷ୍ଟପତି ପଦରେ ଡୋନାଲ୍ଡ ଟ୍ରମ୍ପ ଆଉ ମାତ୍ର ୬ ଦିନ ରହିବାର ଅଛି । କାରଣ ଜାନୁଆରି ୨୦ ତାରିଖରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ । ତେବେ ଟ୍ରମ୍ପ ଏହି ୬ ଦିନ ମଧ୍ୟ ନିଜ ପଦରେ ରହି ପାରିବେ କି ନାହିଁ, ସନ୍ଦେହ ଦେଖା ଦେଲାଣି ।
କାରଣ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି ଡେମୋକ୍ରାଟମାନେ । ଏହାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି । ଏବେ ସତକୁ ସତ ଟ୍ରମ୍ପ ନିଜ କାର୍ଯ୍ୟକାଳ ସରିବା ପୂର୍ବର ନିଜ ପଦରୁ ତଡା ଖାଇପାରନ୍ତି । କାରଣ ଡେମୋକ୍ରାଟଙ୍କ ମହାଭିଯୋଗ ପ୍ରସ୍ତାବକୁ ଟ୍ରମ୍ପଙ୍କ ନିଜର ଦଳ ରିପବ୍ଲିକାନ ପାର୍ଟିର କିଛି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟେଟିଭ୍ ସମର୍ଥନ କଲେଣି ।
ଗତ ବୁଧବାର କ୍ୟାପିଟଲ ହିଲ୍ରେ ହୋଇଥିବା ହିଂସାକାଣ୍ଡ ଓ ଅରାଜକତା ପାଇଁ ଟ୍ରମ୍ପଙ୍କୁ ଦାୟୀ କରି ସେମାନେ ଏହି ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ଏହି ନେତାଙ୍କ ମତରେ ଯଦି କ୍ୟାପିଟଲ ହିଲ୍ ପରି କାଣ୍ଡରେ ସଂପୃକ୍ତ ବ୍ୟକ୍ତି ବିରୋଧରେ ଯଦି ମହାଭିଯୋଗ ପ୍ରସ୍ତାବ ଅଣାନଯିବ, ତେବେ ଆଉ କେଉଁ କାମ ପାଇଁ ଏପରି ଦଣ୍ଡ ଦିଆଯିବ । ଟ୍ରମ୍ପ ଯାହା କରିଛନ୍ତି, ତାହା ଦେଶର ଗଣତନ୍ତ୍ର ପ୍ରତି ଘୋର ବିପଦ ବୋଲି ଏମାନେ ଦର୍ଶାଇଛନ୍ତି ।
ଆମେରିକାକୁ, ସମ୍ବିଧାନକୁ, ଆମେରିକାର ନାଗରିକଙ୍କୁ ଏପରିକି ରାଷ୍ଟ୍ରପତି ପଦକୁ ଟ୍ରମ୍ପ ଧୋକା ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଏହି ନେତାମାନେ ।
ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଉପରେ ଆଜି ଆଲୋଚନା ହେବାର ଅଛି । ଏହି ପ୍ରସଙ୍ଗରେ ଡେମୋକ୍ରାଟଙ୍କ ପ୍ରସ୍ତାବକୁ ସମର୍ଥନ କରିବା ପାଇଁ ଅନ୍ୟ ରିପବ୍ଲିକାନ ନେତାଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଟ୍ରମ୍ପଙ୍କ ବିରୋଧୀ ।
ଗତ ବୁଧବାର ଯେତେବେଳେ ବାଇଡେନଙ୍କୁ ଆନୁଷ୍ଠାନିକ ଭାବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ବୋଲି ଘୋଷଣା କରିବାର ଥିଲା, ସେତେବେଳେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟଲ ହିଲରେ ବ୍ୟାପକ ହିଂସାକାଣ୍ଡ କରିଥିଲେ । ସୃଷ୍ଟି ହୋଇଥିଲା ଅରାଜକତା । ଆମେରିକା ଇତିହାସରେ ଏପରି କେବେ ବି ହୋଇନଥିଲା । ଏପରିକି ସିନେଟରମାନଙ୍କୁ ଲୁଚିବାକୁ ପଡିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଗୁଳି ଚଳାଇଥିଲେ ସୁରକ୍ଷାକର୍ମୀ । ଏହି ଅରାଜକତା ପାଇଁ ଟ୍ରମ୍ପ ଓ ସେ ଦେଇଥିବା ଉତ୍ତେଜକ ଭାଷଣକୁ ଦାୟୀ କରାଯାଉଛି ।
BREAKING NEWS
- ଦୁର୍ଗା ପୂଜା ବିସର୍ଜନ ଦେଖିବାକୁ ଯାଇ ବୁଡ଼ିଗଲେ; ଜଣେ ମୃତ, ୨ ନିଖୋଜ
- Rahul Gandhi’s Vietnam visit: “ମୁଁ କୌଣସି ଟ୍ରାଭେଲ୍ ଏଜେଣ୍ଟ ନୁହେଁ”: ରାହୁଲଙ୍କ ଭିଏତନାମ ଗସ୍ତ ଉପରେ ଥରୁରଙ୍କ ରୋକ୍ଠୋକ୍ ଜବାବ, ତେଜିଲା ବିଜେପି-କଂଗ୍ରେସ ବାକ୍ଯୁଦ୍ଧ…
- ଦାଉଦର ଡି-କମ୍ପାନୀ ଭାରତ ଭିତ୍ତିକ ନୁହେଁ, ଜାତିସଂଘରେ ପ୍ରତ୍ୟାଖ୍ୟାନ କଲା ଦେଶ
- ୨୨ ଜୁଆ ଆଡ୍ଡାରେ ଚଢ଼ାଉ: ୧୧୫ ଗିରଫ, ୨ ଲକ୍ଷରୁ ଅଧିକ ଟଙ୍କା ଜବତ
- ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ, ଚିକିତ୍ସା ଅବହେଳା ଅଭିଯୋଗ…
- Sonia Gandhi Instagram debut: ଇନଷ୍ଟାଗ୍ରାମରେ ସୋନିଆ ଗାନ୍ଧୀଙ୍କ ଡେବ୍ୟୁ! ନିଜ ବହିର ପ୍ରଥମ ଝଲକ ସେୟାର କରି ଲେଖିଲେ, ‘ପ୍ରେମ, କର୍ତ୍ତବ୍ୟ ଓ ହରାଇବାର କାହାଣୀ…’
- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଲିଭ୍ ରିଡ୍ଲି ଗବେଷଣା: ସାମୁଦ୍ରିକ ଜୀବଙ୍କ ସୁରକ୍ଷା ପାଇଁ ଖୋଲିବ ନୂଆ ବାଟ
- ଓରାଙ୍ଗଉଟାଙ୍ଗଙ୍କ ‘ଘର ବାହୁଡ଼ା’: ଇଣ୍ଡୋନେସିଆ ଫେରିଯିବେ ୫ ଦୁର୍ଲଭ ବନ୍ୟଜନ୍ତୁ!
- Rajya Sabha By-Election: ଆସିଲା ତାରିଖ, ଏହିଦିନ ପଡିବ ରାଜ୍ୟସଭା ଉପନିର୍ବାଚନ ଭୋଟ୍! ଅକ୍ଟୋବର ୨୬ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ…
- ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ଆସନ୍ତାକାଲି ଲଘୁଚାପ ସମ୍ଭାବନା

Comments are closed.