Latest Odisha News

ଭୋଟ ଜାଲିଆତି ଭୟ: ରାଷ୍ଟ୍ରପତି ନିର୍ବାଚନ ବିଳମ୍ବ କରିବାକୁ ଟ୍ରମ୍ପଙ୍କ ପ୍ରସ୍ତାବ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କୁ ଘାରିଛି ଭୋଟ ଜାଲିଆତି ଭୟ । ଭୋଟ ହେରଫେର୍ ଆଶଙ୍କାରେ ନଭେମ୍ବର ମାସରେ ନିର୍ଦ୍ଧାରିତ ହୋଇଥିବା ପରବର୍ତ୍ତୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିଳମ୍ବରେ କରିବାକୁ ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ ।

ମେ‌‌ଲ୍‌-ଇନ୍ ଭୋଟ୍‌ରେ ଜାଲିଆତି ହୋଇପାରେ ବୋଲି ପ୍ରମାଣ ଉପସ୍ଥାପନ ନ କରି ସେ ଏ ଭଳି ଇଚ୍ଛା ପ୍ରକାଶ କରିଛନ୍ତି। ମେଲ୍ ଯୋଗେ ଆସୁଥିବା ଭୋଟ୍‌ରେ ଜାଲିଆତି ହୋଇପାରେ ବୋଲି ଥିବା ମିଥ୍ୟା ସମାଲୋଚନାର ପୁନଃରାବୃତି କରି ଗୁରୁବାର ସକାଳେ ଟ୍ରମ୍ପ୍‌ ଟୁଇଟ୍‌ରେ ଲେଖିଛନ୍ତି ଜନସାଧାରଣ ଠିକ୍‌ରେ, ସୁନିଶ୍ଚିତ ହୋଇ, ନିରାପଦରେ ଭୋଟ୍‌ ଦେବା ପର୍ଯ୍ୟନ୍ତ ନିର୍ବାଚନ ବିଳମ୍ବ କରାଯିବା ଉଚିତ।

କରୋନାଭାଇରସ୍ ମହାମାରୀ ମଧ୍ୟରେ ପ୍ରାଥମିକ ନିର୍ବାଚନରେ ବିପୁଳ ସଂଖ୍ୟାରେ ବ୍ୟବହୃତ ମେଲ୍-ଇନ୍ ବାଲଟ୍‌ର ବୈଧ୍ୟତା ଉପରେ ଟ୍ରମ୍ପ୍ ସନ୍ଦେହ ପ୍ରକଟ କରିଛନ୍ତି। ସେ ମଧ୍ୟ ଭିତ୍ତିହୀନ ଅଭିଯୋଗ କରି କହିଛନ୍ତି ଯେ, ଭୋଟ୍ ଜାଲିଆତି ହେବ। ହାରିଗଲେ ଆନୁଷ୍ଠାନିକ ଭାବେ ଘୋ‌ଷିତ ନିର୍ବାଚନ ଫଳାଫଳକୁ ଗ୍ରହଣ କରିବେ କି, ନାହିଁ କହିବାକୁ ସେ ମନା କରିଦେଇଛନ୍ତି। ତେବେ ଏ ପ୍ରସଙ୍ଗରେ ହ୍ବାଇଟ୍ ହାଉସ୍‌ର କୌଣସି ପ୍ରତିନିଧି ହଠାତ୍ ବିବୃତି ଦେଇନାହାନ୍ତି।

Leave A Reply

Your email address will not be published.