ଓଡ଼ିଶା ସମ୍ବାଦ ବ୍ୟୁରୋ: ରବିବାର ତାଇୱାନର ଦକ୍ଷିଣ ପୂର୍ବ ଉପକୂଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଚର ସ୍କେଲରେ ଏହି ଭୂକମ୍ପ ୬.୯ ରହିଛି। ଏହାପୂର୍ବରୁ ଶନିବାର ଏଠାରେ ୬.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ତାଇୱାନର ତାଇତୁଙ୍ଗ ସହରଠାରୁ ପ୍ରାୟ ୫୦ କିଲୋମିଟର ଉତ୍ତରରେ ଭୂକମ୍ପ କେନ୍ଦ୍ରୀଭୂତ ହୋଇଛି। ଏହାପରେ ଜାପାନ ତାଇୱାନରେ ସୁନାମୀ ଚେତାବନୀ ଦେଇଛି। ଆମେରିକାର ଭୂତତ୍ବବିଦ ସର୍ବେକ୍ଷଣ ଭୂକମ୍ପର ମାତ୍ରା ୬.୯ ରହିଛି ବୋଲି କହିଛି। ତେବେ ଅନ୍ତିମ ଥର ପାଇଁ ୧୯୯୯ରେ ଏହିଭଳି ଭୂମିକମ୍ପ ଅନୁଭୂତ ହୋଇଥିଲା ତାଇଓ୍ୱାନରେ।
ଭୂମିକମ୍ପ ଯୋଗୁଁ ତାଇୱାନର ଅନେକ ରାସ୍ତା ଧସିଯିବାରୁ ନଷ୍ଟ ହୋଇଯାଇଛି। ରେଳ ଷ୍ଟେସନରେ ଛିଡା ହୋଇଥିବା କିଛି ଟ୍ରେନ୍ ଓଲଟି ପଡିଥିବା ବେଳେ କିଛି ଟ୍ରେନ୍ ପବନରେ ପତ୍ର ହଲିଲା ପରି ଟ୍ରେନ ମଧ୍ୟ ଦୋହଲିଯାଇଥିଲା। ସେହିପରି ଅନେକ ଦୋକାନ, ଘର ଭୁଶୁଡ଼ି ପଡ଼ିଥିଲା। ମାଟି ତଳେ ଚାପି ହୋଇଯିବାକୁ ଅନେକ ପ୍ରାଣ ହରାଇଛନ୍ତି। ଏପର୍ଯ୍ୟନ୍ତ କେତେ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇନି। କିନ୍ତୁ ୧୯୯୭ଠାରୁ ଏହା ବଡ ଭୂମିକମ୍ପ ବୋଲି କୁହାଯାଉଛି।
ତାଇଓ୍ୱାନର ଅନେକ ସ୍ଥାନରେ ବ୍ରିଜ୍ ଭୁଶୁଡି ଯାଇଛି। ବ୍ରିଜ୍ ଭୁଶୁଡି ପଡୁଥିବା ବେଳେ ଯାଉଥିବା ଗାଡି ମୋଟର ମଧ୍ୟ ଭୁଶୁଡି ପଡିବାରୁ ଅନେକ ଯାତ୍ରୀ ଏବଂ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଧନ ସମ୍ପତ୍ତି ନଷ୍ଟ ହୋଇଛି।
ଅନ୍ତିମ ଥର ପାଇଁ ୨୦୧୬ ପୂର୍ବରୁ ହୋଇଥିବା ଭୂକମ୍ପରେ ତାଇୱାନରେ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୧୯୯୯ ରେ ୭.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଯେଉଁଥିରେ ୨୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।
ସ୍ଥାନୀୟ ସମୟ ଅନୁଯାୟୀ ରବିବାର ଅପରାହ୍ନ ୨:୪୪ ରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ପ୍ରବଳ କ୍ଷତି ହେବାର ଆଶଙ୍କା କରାଯାଇଛି। ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ୟୁଲି ସହରର ଏକ ବିଲ୍ଡିଂରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ତ୍ତମାନ କୌଣସି ଆହତଙ୍କ ଖବର ନାହିଁ। ଏଠାରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି।
Comments are closed.