Latest Odisha News

BREAKING NEWS

ଜାତିସଂଘର ରିପୋର୍ଟରୁ ଖୁଲାସା: ଆତଙ୍କବାଦୀ ସଂଗଠନ ଟିଟିପି୧୦୦ ଆତଙ୍କବାଦୀ ଆକ୍ରମଣ ଘଟଣା ପାଇଁ ଦାୟୀ

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣକୁ ନେଇ ଜାତିସଂଘର ରିପୋର୍ଟରେ ବଡ ଖୁଲାସା । ଏହି ରିପୋର୍ଟରେ କୁହାଯାଇଛି ଗତ ତିନି ମାସ ପୂର୍ବେ ହୋଇଥିବାରୁ ୧୦୦ ରୁ ଅଧିକ ଆତଙ୍କବାଦୀ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ  ତେହରିକ୍-ଇ-ତାଲିବାନ୍ ପାକିସ୍ତାନ(ଟିଟିପି) ଦାୟୀ । 

ଏହା ବହୁ ଛୋଟ ଆତଙ୍କବାଦୀ ଗୋଷ୍ଠୀକୁ ଅଫଗାନିସ୍ତାନରେ ପୁଣିଥରେ ଏକଜୁଟ କରିବାର କାମ କରୁଛି । ଏହାଦ୍ବାରା ଅଫଗାନିସ୍ତାନ ଆଡକୁ ଓ ଏହାର ଆଖପାଖ ଅଞ୍ଚଳରେ ବିପଦ ବଢିବାର ଆଶଙ୍କା କରାଯାଉଛି ।

କୁହାଯାଉଛି ଯେ, ଏହି ଛୋଟଛୋଟ ଆତଙ୍କବାଦୀ ସଂଗଠନକୁ ଅଲକାଏଦା ପରିଚାଳିତ କରୁଥିଲା। ଆନାଲିଟିକ୍ସ ସର୍ପୋଟ ଆଣ୍ଡ ସେକ୍ସନ ଟିମ୍‌ର ୨୭ତମ ରିପୋର୍ଟରେ କୁହାଯାଇଥିଲା ଟିଟିପି ଅଫଗାନିସ୍ତାନରେ ଛୋଟ ଛୋଟ ଆତଙ୍କବାଦୀ ସଂଗଠନକୁ ପୁଣିଥରେ ଏକ କରିବାର କାମ କରୁଛି, ଯାହାର ପରିଚାଳନା ଅଲକାଏଦା କରୁଥିଲା ।

ରିପୋର୍ଟରେ କୁହାଯାଇଛି, ଏହାଦ୍ବାରା ଅଫଗାନିସ୍ତାନ, ପାକିସ୍ତାନରେ ବିପଦ ବଢିବାର ଆଶଙ୍କା କରାଯାଉଛି । ଜୁଲାଇ ଓ ଅଗଷ୍ଟରେ ୫ଟି ଗୋଷ୍ଠୀ ଟିଟିପି ପ୍ରତି ନିଷ୍ଠା ରଖିବା ନେଇ ପ୍ରତିଜ୍ଞା କରିଥିଲା, ଯେଉଁଥିରେ ଶୋହରୟାର ମହସୁଦ୍ ଗୋଷ୍ଠୀ, ଜମାତ୍-ଉଲ୍- ଅହରାର, ହିଜବ୍-ଉଲ୍, ଅହରାର, ଅମଜଦ ଫାରୁକି ଗୋଷ୍ଠୀ ଓ ଉସ୍ମାନ ସୈଫୁଲାହ ଗୋଷ୍ଠୀ ସାମିଲ ଥିଲା । 

ଟିଟିପିର ଆତଙ୍କବାଦୀଙ୍କ ସଂଖ୍ୟା ୨୫୦୦ ରୁ ୬୦୦୦କୁ ବଢିଛି । ଟିଟିପି ଜୁଲାଇ ଓ ଅକ୍ଟୋବର ୨୦୨୦ ଭିତରେ ସୀମାପାର ଦେଶରେ ୧୦୦ ରୁ ଅଧିକ ଆକ୍ରମଣ କରିବା ପାଇଁ ଦାୟୀ ଥିଲା ।

Comments are closed.