Latest Odisha News

ରୁଟଙ୍କ ଦ୍ୱିଶତକ: ଇଂଲଣ୍ଡ ୫୫୫/୮

ଚେନ୍ନାଇ: ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ବିପକ୍ଷରେ ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ପଂହଚିଯାଇଛି । ଜୋ ରୁଟଙ୍କ ଦ୍ୱିଶତକ ବଳରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ ୮ ଉଇକେଟ ହରାଇ ୫୫୫ ରନ ସଂଗ୍ରହ କରି ନେଇଛି । ପ୍ରଥମ ଦିବସର ଅସମାପ୍ତ ଇନିଂସ ୨୬୨/୩ରୁ ବ୍ୟାଟିଂ ଜାରି ରଖିଥିଲା । କ୍ୟାରିୟରର ୧୦୦ ତମ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଖେଳୁଥିବା ରୁଟ ୨୧୮ ରନର ଇନିଂସ ପରେ ଆଉଟ ହୋଇ ଯାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବେନ ଷ୍ଟୋକ୍ସ (୮୨) ଓ ଡୋମିନିକ ସିବଲେ (୮୭) ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଭାରତ ବୋଲରମାନଙ୍କ ମଧ୍ୟରେ ଶାହାବାଜ ନଦୀମ, ଯଶପ୍ରୀତ ବୁମରାହ, ରବିଚନ୍ଦ୍ରନ ଅଶ୍ୱୀନ ଓ ଈଶାନ୍ତ ଶର୍ମା ୨ଟି ଲେଖାଁଏ ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.